Categories: ଖେଳ

ବାପି ହାଁସଦାଙ୍କୁ ରୌପ୍ୟ ପଦକ

ଭୁବନେଶ୍ୱର, ୧।୫ (କ୍ରୀଡ଼ା ପ୍ରତିନିଧି): ଉଜ୍‌ବେକିସ୍ତାନରଉଜ୍‌ବେକିସ୍ତାନର ତାସ୍‌କେଣ୍ଟଠାରେ ଚାଲିଥିବା ୫ମ ଏସିଆନ ୟୁଥ୍‌ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ଓଡ଼ିଶାର ବାପି ହାଁସଦା ରୌପ୍ୟ ପଦକ ହାସଲ କରିଛନ୍ତି। ବାଲେଶ୍ୱର ଜିଲା ବସ୍ତା ଅଞ୍ଚଳର ବାପି ରବିବାର ଅନୁଷ୍ଠିତ ୪୦୦ ମିଟର ବାଳକ ହର୍ଡଲ୍ସରେ ୫୧.୩୮ ସେକେଣ୍ଡ ସମୟ ନେଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। କାତାରର ମାହାମଦ ଆବାକର ଅବ୍‌ଦ୍ରହମାନ ୫୦.୯୧ ସେକେଣ୍ଡ ସହ ସ୍ବର୍ଣ୍ଣ ଏବଂ ଶ୍ରୀଲଙ୍କାର କୁଡା ଲିୟାନାଗେ ଆୟୋମଲ ଆକାଲାଙ୍କା ୫୧.୪୦ ସେକେଣ୍ଡ ସମୟ ନେଇ ବ୍ରୋଞ୍ଜ ପଦକ ପାଇଛନ୍ତି। ଅନ୍ୟତମ ଓଡ଼ିଶା ଆଥଲେଟ୍‌ ମହମ୍ମଦ ରେୟାନ ମିଡ୍‌ଲେ ରିଲେ ରେସ୍‌ରେ ଅଂଶଗ୍ରହଣ କରିବେ। ପ୍ରଥମଥର ପାଇଁ ଅନ୍ତର୍ଜାତୀୟ ସ୍ତରରେ ପଦକ ହାସଲ କରିଥିବାରୁ ବାପି ହାଁସଦାଙ୍କୁ ଓଡ଼ିଶା ଆଥଲେଟିକ୍‌ ଆସୋସିଏଶନ ସମ୍ପାଦକ ଆଶୀର୍ବାଦ ବେହେରା ଅଭିନନ୍ଦନ ଜଣାଇଛନ୍ତି।

 

ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ବାପି ହାଁସଦାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି। ”ଏସୀୟ ସ୍ତରରେ ଏହି ସଫଳତା ପାଇଁ ମୁଁ ବାପିଙ୍କୁ ଅଭିନନ୍ଦନ ଜଣାଉଛି। ସେ ଅନ୍ୟ ଆଥଲେଟ୍‌ଙ୍କ ପାଇଁ ଉଦାହରଣ ସାଜିଛନ୍ତି। ବ୍ୟକ୍ତିଗତ ଜୀବନରେ ଅନେକ ବାଧା ସତ୍ତ୍ୱେ ବାପି ଏପରି ସଫଳତା ପାଇ ପାରିଛନ୍ତି। ବାପି ଏବଂ ଓଡ଼ିଶା ରିଲାଏନ୍ସ ଫାଉଣ୍ଡେଶନ ଏଚ୍‌ପିସିର କୋଚ୍‌ ଓ ପୂରା ଟିମ୍‌ଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି“ ବୋଲି ମୁଖ୍ୟମନ୍ତ୍ରୀ ଅବିହିତ କରିଛନ୍ତି।

Share