Categories: ଖେଳ

ସ୍ବସ୍ତି ସିଂଙ୍କୁ ରୌପ୍ୟ ପଦକ

ଭୁବନେଶ୍ୱର, ୨୯ା୩(କ୍ରୀଡ଼ା ପ୍ରତିନିଧି): ପଟିଆଲାସ୍ଥିତ ପଞ୍ଜାବୀ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ସାଇକ୍ଲିଂ ଟ୍ରାକ୍‌ (ମହିଳା ଓ ପୁରୁଷ) ଚାମ୍ପିୟନଶିପ୍‌ ମଙ୍ଗଳବାର ଆରମ୍ଭ ହୋଇଛି। ଏହା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତିଯୋଗିତାର ପ୍ରଥମ ଦିବସରେ କିଟ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଓଡ଼ିଶାର ସ୍ବସ୍ତି ସିଂ ରୌପ୍ୟ ପଦକ ହାସଲ କରିଛନ୍ତି। ମହିଳା ବ୍ୟକ୍ତିଗତ ପର୍ଶ୍ୟୁଟ ୩ କିଲୋମିଟର ରେସ୍‌କୁ ୪.୧୦ ସେକେଣ୍ଡରେ ଶେଷ କରି ସେ ଏହି ସଫଳତା ପାଇଛନ୍ତି। ପ୍ରକାଶ ଯୋଗ୍ୟ ଯେ, ଏହା ପୂର୍ବରୁ ସ୍ବସ୍ତି ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ପଦକ ହାସଲ କରି ରାଜ୍ୟକୁ ଗର୍ବିତ କରିଛନ୍ତି।

Share