
ଘରକୁ ଟିକେ ଡିଫରେଣ୍ଟ ଲୁକ୍ ଦେବା ପାଇଁ କେହି କେହି ଘରେ ମୟୂର ପ୍ରତୀମା ରଖିଥାନ୍ତି। ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ କେଉଁ ଧାତୁର ମୟୂର ପ୍ରତୀମା ରଖିବା ଶୁଭ ହେବା ସହ ଏହା କି ସୁଫଳ ଦେଇଥାଏ ଜାଣନ୍ତୁ ସେ ସମ୍ପର୍କରେ…
* ସୌଭାଗ୍ୟ, ସମୃଦ୍ଧି ତଥା ସକାରାତ୍ମକ ଊର୍ଜ୍ଜାର ପ୍ରତୀକ କୁହାଯାଉଥିବା ମୟୂର ପ୍ରତୀମାକୁ ଘରେ ରଖିଲେ ଐଶ୍ୱର୍ଯ୍ୟ ବୃଦ୍ଧି ହୁଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। ବିଶେଷକରି ରୂପାରେ ତିଆରି ମୟୂର ପ୍ରତୀମା ଘର ପାଇଁ ବହୁତ ଶୁଭ ହୋଇଥାଏ।
* ଏହା ଘରେ ସକାରାତ୍ମକ ଊର୍ଜ୍ଜାର ସଞ୍ଚାର କରିବା ସହ ଘରର ସଦସ୍ୟଙ୍କ ମଧ୍ୟରେ ସ୍ନେହ, ଭଲପାଇବାକୁ ବଢାଇଥାଏ।
* ଘରର ଅନେକ ବାସ୍ତୁଦୋଷକୁ ବି ଏହା ଠିକ୍ କରିଥାଏ। ରୂପାର ମୟୂର ପ୍ରତୀମାକୁ ଘରେ ରଖିଲେ ସୁଖ-ସମୃଦ୍ଧି ମଧ୍ୟ ବୃଦ୍ଧିପାଏ। ଅର୍ଥ ସଙ୍କଟ ଦୂର ହୋଇଥାଏ। ଏପରିକି ବାହାଘରରେ ବିଳମ୍ବ ହେଉଥିଲେ ଘରେ ରୂପାର ମୟୂର ପ୍ରତୀମା ରଖିବା ଶୁଭଫଳ ଦେଇଥାଏ।
* ପତିପତ୍ନୀଙ୍କ ବେଡ୍ରୁମ୍ରେ ରୂପାର ମୟୂର ଯୋଡାଙ୍କର ପ୍ରତୀମା ରଖାଗଲେ, ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ ବୋଲି ବିଶ୍ୱାସ। ଯଦି ରୂପାର ପ୍ରତୀମା ରଖିବା ସମ୍ଭବ ହେଉନାହିଁ ତା’ହେଲେ ଆଲୁମିନିୟମ୍ର ମୟୂର ପ୍ରତୀମା ବି ରଖିପାରିବେ।
* ମୟୂରର ଏହି ପ୍ରତୀମାକୁ ଘରର ଉତ୍ତର-ପୂର୍ବ ଦିଗରେ ରଖିବା ସବୁଠୁ ଶୁଭ ହୋଇଥାଏ। ଦକ୍ଷିଣ-ପୂର୍ବ ଦିଗରେ ବି ରଖାଯାଇପାରେ। ସେହିପରି ମୟୂର ନାଚୁଥିବା ଭଙ୍ଗୀର ପ୍ରତୀମାକୁ ରଖିଲେ ଘରେ ସବୁବେଳେ ଖୁସିର ମାହୋଲ ରହିଥାଏ ବୋଲି ବିଶ୍ୱାସ କରାଯାଏ।