Advertisement

ରୂପାର ମୟୂର ପ୍ରତୀମାକୁ ଘରେ ରଖିଲେ…

ଘରକୁ ଟିକେ ଡିଫରେଣ୍ଟ ଲୁକ୍‌ ଦେବା ପାଇଁ କେହି କେହି ଘରେ ମୟୂର ପ୍ରତୀମା ରଖିଥାନ୍ତି। ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ କେଉଁ ଧାତୁର ମୟୂର ପ୍ରତୀମା ରଖିବା ଶୁଭ ହେବା ସହ ଏହା କି ସୁଫଳ ଦେଇଥାଏ ଜାଣନ୍ତୁ ସେ ସମ୍ପର୍କରେ…
* ସୌଭାଗ୍ୟ, ସମୃଦ୍ଧି ତଥା ସକାରାତ୍ମକ ଊର୍ଜ୍ଜାର ପ୍ରତୀକ କୁହାଯାଉଥିବା ମୟୂର ପ୍ରତୀମାକୁ ଘରେ ରଖିଲେ ଐଶ୍ୱର୍ଯ୍ୟ ବୃଦ୍ଧି ହୁଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। ବିଶେଷକରି ରୂପାରେ ତିଆରି ମୟୂର ପ୍ରତୀମା ଘର ପାଇଁ ବହୁତ ଶୁଭ ହୋଇଥାଏ।
* ଏହା ଘରେ ସକାରାତ୍ମକ ଊର୍ଜ୍ଜାର ସଞ୍ଚାର କରିବା ସହ ଘରର ସଦସ୍ୟଙ୍କ ମଧ୍ୟରେ ସ୍ନେହ, ଭଲପାଇବାକୁ ବଢାଇଥାଏ।
* ଘରର ଅନେକ ବାସ୍ତୁଦୋଷକୁ ବି ଏହା ଠିକ୍‌ କରିଥାଏ। ରୂପାର ମୟୂର ପ୍ରତୀମାକୁ ଘରେ ରଖିଲେ ସୁଖ-ସମୃଦ୍ଧି ମଧ୍ୟ ବୃଦ୍ଧିପାଏ। ଅର୍ଥ ସଙ୍କଟ ଦୂର ହୋଇଥାଏ। ଏପରିକି ବାହାଘରରେ ବିଳମ୍ବ ହେଉଥିଲେ ଘରେ ରୂପାର ମୟୂର ପ୍ରତୀମା ରଖିବା ଶୁଭଫଳ ଦେଇଥାଏ।
* ପତିପତ୍ନୀଙ୍କ ବେଡ୍‌ରୁମ୍‌ରେ ରୂପାର ମୟୂର ଯୋଡାଙ୍କର ପ୍ରତୀମା ରଖାଗଲେ, ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ ବୋଲି ବିଶ୍ୱାସ। ଯଦି ରୂପାର ପ୍ରତୀମା ରଖିବା ସମ୍ଭବ ହେଉନାହିଁ ତା’ହେଲେ ଆଲୁମିନିୟମ୍‌ର ମୟୂର ପ୍ରତୀମା ବି ରଖିପାରିବେ।
* ମୟୂରର ଏହି ପ୍ରତୀମାକୁ ଘରର ଉତ୍ତର-ପୂର୍ବ ଦିଗରେ ରଖିବା ସବୁଠୁ ଶୁଭ ହୋଇଥାଏ। ଦକ୍ଷିଣ-ପୂର୍ବ ଦିଗରେ ବି ରଖାଯାଇପାରେ। ସେହିପରି ମୟୂର ନାଚୁଥିବା ଭଙ୍ଗୀର ପ୍ରତୀମାକୁ ରଖିଲେ ଘରେ ସବୁବେଳେ ଖୁସିର ମାହୋଲ ରହିଥାଏ ବୋଲି ବିଶ୍ୱାସ କରାଯାଏ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel