ସମସ୍ୟା ଘେରରେ ସିମନବାଡ଼ି ସ୍ବାସ୍ଥ୍ୟକେନ୍ଦ୍ର

ଦାରିଙ୍ଗବାଡି,୨୩ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ସିମନବାଡି ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରଟି ନାହିଁ ନାହିରେ ଚାଲିଛି। ରୋଗୀଙ୍କୁ ସେବା ଯୋଗାଇବା ପାଇଁ ଡାକ୍ତର, ଫାର୍ମାସିଷ୍ଟ, ଆୟୁଷ ଡାକ୍ତର, ଆଟେଣ୍ଡାଣ୍ଟ ରହିଥିଲେ ସୁଦ୍ଧା ଆରୋଗ୍ୟ କେନ୍ଦ୍ରରେ ଦୈନିକ ଶତାଧିକ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। କିନ୍ତୁ ସେମାନଙ୍କୁ ଆବଶ୍ୟକ ଇଞ୍ଜେକ୍ସନ, ସାଲାଇନ ଆଦି ଦେବା ପାଇଁ ଜଣେ ଷ୍ଟାଫ ନର୍ସର ଆବଶ୍ୟକ ଥିବା ବେଳେ ସେହି ପଦବୀ ଖାଲି ପଡ଼ିଛି। ପୂର୍ବରୁ କାର୍ଯ୍ୟ କରୁଥିବା ଷ୍ଟାଫ ନର୍ସଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲେ ସୁଦ୍ଧା ସେହି ସ୍ଥାନରେ କାହାରିକୁ ନିଯୁକ୍ତି ଦିଆଯାଇନି। ଫଳରେ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ଭୋଗୁଛନ୍ତି। ସେହିପରି ସ୍ବାସ୍ଥ୍ୟକେନ୍ଦ୍ରରେ ଜରୁରିକାଳୀନ ସେବା ପାଇଁ ମାତ୍ର ଗୋଟିଏ ରୋଗୀ ଶଯ୍ୟା ରହିଛି। ଫଳରେ ଏକାଧିକ ରୋଗୀଙ୍କ ପାଇଁ ଶଯ୍ୟା ଆବଶ୍ୟକ ପଡିଲେ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି। ସେହିପରି ପରୀକ୍ଷା କେନ୍ଦ୍ର ଅସ୍ଥାୟୀ କୋଠାରେ କରାଯିବା ବ୍ୟବସ୍ଥା କରାଯାଇଥିବା ବେଳେ ଜଣେ ଲ୍ୟାବ କର୍ମଚାରୀଙ୍କୁ ମାତ୍ର ସପ୍ତାହରେ ଦୁଇଦିନ ନିଯୁକ୍ତି ଦିଆଯାଉଛି। ଫଳରେ ଜରୁରୀକାଳୀନ ପରିସ୍ଥିତିରେ ମ୍ୟାଲେରିଆ ଓ ଅନ୍ୟାନ୍ୟ ରୋଗର ଚି଼ହ୍ନଟ ପାଇଁ ଲୋକେ ରକ୍ତ ପରୀକ୍ଷା କରେଇବା ପାଇଁ ଦାରିଙ୍ଗବାଡି, ବାଲିଗୁଡା, ଫୁଲବାଣୀ ଓ ବ୍ରହ୍ମପୁର ଯାଇ ପରୀକ୍ଷା କରି ବହୁ ଖର୍ଚ୍ଚାନ୍ତ ଭୋଗୁଛନ୍ତି। ଆଉ ଗରିବଶ୍ରେଣୀର ଲୋକ ମାନେ ଏହା କରିନପାରି ହଇରାଣ ଭୋଗୁଛନ୍ତି। ସେହିପରି ଆରୋଗ୍ୟ କେନ୍ଦ୍ରରେ କାର୍ଯ୍ୟରତ କର୍ମଚାରୀ, ଡାକ୍ତର ଓ ଆସୁଥିବା ରୋଗୀମାନଙ୍କ ପାଇଁ ଶୌଚାଳୟ ନଥିବାରୁ ବହୁତ ହଟହଟା ହେବାକୁ ପଡୁଛି। ବିଶେଷ କରି ମହିଳା ରୋଗୀ ଓ କର୍ମଚାରୀ ଏଥିପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେହିପରି ଉକ୍ତ ଆରୋଗ୍ୟ କେନ୍ଦ୍ର ପରିସର ମଧ୍ୟରେ ୩୩ କେଭି ବିଦ୍ୟୁତ ତାର ଯାଇଥିବାରୁ ଆରୋଗ୍ୟ କେନ୍ଦ୍ରକୁ ଆସୁଥିବା ରୋଗୀ ଓ କେନ୍ଦ୍ରରେ କାର୍ଯ୍ୟରତ କର୍ମଚାରୀମାନେ ନେଇ ଭୟଭୀତ ହେଉଛନ୍ତି। କାରଣ ବହୁ ପୁରାତନ ବିଦ୍ୟୁତ ତାର ହୋଇଥିବାରୁ ଛିଣ୍ଡି ଯିବା ଆଶଙ୍କା ରହିଛି। ସେହିପରି କେନ୍ଦ୍ର ପରିସରରେ ବିଦ୍ୟୁତ ଟ୍ରାନ୍ସଫର୍ମର ମଧ୍ୟ ରହିଥିବାରୁ କୌଣସି ନୂତନ କୋଠା କାର୍ଯ୍ୟ କରାଯାଇପାରୁନଥିବା ଜଣାପଡିଛି। ଏହିସବୁ ସମସ୍ୟା ସମ୍ପର୍କରେ ଅଧିକାରୀ, ଜିଲା ପ୍ରଶାସନକୁ ଜଣାଯାଇଥିଲେ ମଧ୍ୟ କୌଣସି ସମାଧାନ ହୋଇପାରିନଥିବା ଆରୋଗ୍ୟ କେନ୍ଦ୍ରର ଇନଚାର୍ଜ ଡାକ୍ତର ଅବିନାଶ ମଲିକ କହିଛନ୍ତି। ଷ୍ଟାଫ ନର୍ସ ନିଯୁକ୍ତି ନିହାତି ଜରୁରୀ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଏ ନେଇ ଦାରିଙ୍ଗବାଡି ବିଡ଼ିଓ ଗଦାଧର ପାତ୍ର କହିଛନ୍ତି ଯେ, ଏବେ ୯୬ ଲକ୍ଷ ଟଙ୍କା ବିନିମୟରେ ନୂତନ ସ୍ବାାସ୍ଥ୍ୟକେନ୍ଦ୍ର କୋଠା କରାଯିବା ପାଇଁ ଟେଣ୍ଡର ସରିଛି। ଏକ ସପ୍ତାହ ମଧ୍ୟରେ ଏହି କାର୍ଯ୍ୟ କରାଯିବ ଏବଂ ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରସୂତି ଗୃହ ସମେତ ଶୌଚାଳୟର ବ୍ୟବସ୍ଥା ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଞ୍ଚ ପୋଷ୍ଟ ମାଷ୍ଟରରୁ ଓଏଏସ୍‌ ହେଲେ ସିଦ୍ଧାର୍ଥ ପଣ୍ଡା

ଭବାନୀପାଟଣା,୧୯।୧୦ (ଉତ୍ତମ କୁମାର ଦାଶ)- ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ଫଳାଫଳ ଶନିବାର ପ୍ରକାଶ ପାଇଛି। ଏଥିରେ କଳାହାଣ୍ଡି ଜିଲା ଧର୍ମଗଡ଼ ସହର ଜଗନ୍ନାଥ ପଡାର...

ଘର ବାରଣ୍ଡାରେ ବସିଥିଲେ ଛାତ୍ରୀ, ହେଲା ବଜ୍ରପାତ, ଆଉ ତା’ ପରେ…

ବାଲିଗୁଡ଼ା,୧୯ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ସୁଡ୍ରା ପଞ୍ଚାୟତର ପଲାମି ଗ୍ରାମରେ ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ମାରିବା ଦ୍ୱାରା ବଜ୍ରପାତରେ...

ସ୍ତ୍ରୀଙ୍କ ତଣ୍ଟି ଚିପି ହତ୍ୟା ଉଦ୍ୟମ, ସ୍ବାମୀ ଫେରାର

ଦିଗପହଣ୍ଡି,୧୯ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ମହୁଡ଼ା ନରସିଂହପୁର ଗ୍ରାମର ଏସ୍‌. ବେଦମତୀ ଦୋରାଙ୍କୁ ତାଙ୍କ ସ୍ବାମୀ ଏସ୍‌.ଦୀନବନ୍ଧୁ ଦୋରା ନିସ୍ତୁକ ମାଡ଼...

କେନାଲରେ ବୁଡ଼ି ଗଲେ ୩ ନାବାଳକ

ବାରିପଦା,୧୯।୧୦: ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ନୂଆଗାଁରେ ଶନିବାର ଏକ ଅଘଟଣ ଘଟିଛି। ସୁବର୍ଣ୍ଣରେଖା କେନାଲରେ ବୁଡ଼ି ୩ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ବୟସ...

OAS ପରୀକ୍ଷାରେ ବାଜି ମାରିଲେ କର୍ଲାମୁଣ୍ଡା ବିଇଓ, ଛୁଟୁଛି ଶୁଭେଚ୍ଛାର ସୁଅ

କର୍ଲାମୁଣ୍ଡା,୧୯ା୧୦: କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ(ବିଇଓ) ସୁଶ୍ରୀ ବିଜୟଲକ୍ଷ୍ମୀ ନାଗ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ବିଭିନ୍ନ...

ଆସନ୍ତା  ୨୩ରେ ପ୍ରଗତି ପଥ ମହୋତ୍ସବ: ଏହି ବ୍ୟକ୍ତି ବିଶେଷ ହେବେ ସମ୍ମାନିତ

ଭବାନୀପାଟଣା,୧୯।୧୦ (ଉତ୍ତମ କୁମାର ଦାଶ)- ପ୍ରଗତି ଅନୁଷ୍ଠାନର ପ୍ରତିଷ୍ଠାତା ସ୍ବର୍ଗତ ବନମାଳୀ ପଣ୍ଡାଙ୍କ ସ୍ମୃତିରେ ଓ ଦ୍ଵିତୀୟ ପୂଣ୍ୟତିଥୀ ଅବସରରେ ଆସନ୍ତା ୨୩ ତାରିଖ ବୁଧବାର...

ଦୀଘା-ତାଳସାରୀରେ ୧୦ ଫୁଟ ଉଚ୍ଚ ଜୁଆର: କୂଳବାସୀ ଭୟଭୀତ

ଭୋଗରାଇ,୧୯।୧୦( ପ୍ରଦୀପ ଦାସ ): ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା। ସାମ୍ଭାବ୍ୟ ବାତ୍ୟାକୁ ନେଇ ଚାଷୀକୁଳ ଆଶଙ୍କାରେ। ଏଭଳି ସ୍ଥିତିରେ ପୂର୍ଣ୍ଣିମା ସାଙ୍ଗକୁ ଲଘୁଚାପ ଘୁର୍ଣ୍ଣିବଳୟ...

ଓଡ଼ିଶାରେ ୩୪ ହଜାର କୋଟି ନିବେଶ କରିବ ହିଣ୍ଡାଲ୍‌କୋ: ମିଳିବ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର,୧୯।୧୦: କେନ୍ଦ୍ର ରସାୟନ ଓ ସାର ମନ୍ତ୍ରଣାଳୟ ଅଧୀନ କେମିକାଲ ଓ ପେଟ୍ରୋକେମିକାଲ ବିଭାଗ ପକ୍ଷରୁ ମୁମ୍ବାଇରେ ଆୟୋଜିତ ହୋଇଯାଇଛି ଇଣ୍ଡିଆ କେମ୍‌ ୨୦୨୪। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri