ଟ୍ରୋଲ ହେଲେ ପିସି, ଜବାବ ଦେଲେ ସିମି

ମୁମ୍ବାଇ: ଟେଲିଭିଜନ ପରଦାରେ ୨୦୧୧ରେ ସିମି ଗାରେୱାଲଙ୍କ ସେଲିବ୍ରିଟି ଚାଟ ସୋ ‘ସିମି ସିଲେକ୍ଟସ ଇଣ୍ଡିଆଜ ମୋଷ୍ଟ ଡିଜାରେବଲ’ ଖୁବ ଚର୍ଚ୍ଚତ ଶୋ’ ଥିଲା। ଏଥିରେ ରଣବୀର କପୁର, ଦୀପିକା ପାଦୁକୋନ, ପ୍ରିୟଙ୍କା ଚୋପ୍ରା, ଅନୁଷ୍କା ଶର୍ମା, ରଣବୀର ସିଂ ଏବଂ ଅନ୍ୟାନ୍ୟ ସେଲିବ୍ରେଟିମାନେ ଏଥିରେ ଭାଗ ନେଇଥିଲେ। ସମ୍ପ୍ରତି ସିମି ପୁରୁଣା ସ୍ମୃତିରେ ହଜି ଯାଇଥିଲେ, ନିକଟରେ ସେ ଏକ ଥ୍ରୋବ୍ୟାକ ଭିଡିଓ କ୍ଲିପ ସେୟାର କରିଥିଲେ, ଯେତେବେଳେ ପ୍ରିୟଙ୍କା ଚୋପ୍ରା ଶୋ’ରେ ଅତିଥି ଭାବରେ ଆସିଥିଲେ। ପିସି ତାଙ୍କ ପିତା ଡକ୍ଟର ଅଶୋକ ଚୋପ୍ରାଙ୍କୁ ଏକ ଗୀତ ଉତ୍ସର୍ଗ କରିଥିଲେ। ଏହି ଗୀତ ଉପରେ ମନ୍ତବ୍ୟ ଦେଇ ଜଣେ ନେଟିଜେନ ଏହାକୁ ଡ୍ରାମା ବୋଲି କହିଛନ୍ତି। ଯାହାର ଜବାବ ସିମି ଗାରେୱାଲ ଦେଇଛନ୍ତି।
ଶୁକ୍ରବାର ସିମି ଗାରେୱାଲ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କ ସୋ’ର ଏକ ପୁରୁଣା ଭିଡିଓ କ୍ଲିପ ସେୟାର କରିଛନ୍ତି, ଯେଉଁଥିରେ ପ୍ରିୟଙ୍କା ତାଙ୍କ ପିତାଙ୍କୁ ଏକ ଗୀତ ଉତ୍ସର୍ଗ କରୁଥିବା ନଜର ଆସିଛନ୍ତି। ଭାରତର ସବୁଠାରୁ ଦକ୍ଷ ପ୍ରିୟଙ୍କା ଚୋପ୍ରା ଜୋନାସ, ତାଙ୍କ ପିତାଙ୍କର ଏକ ସ୍ବପ୍ନ ଥିଲା ଯେ ସେ ଜଣେ ଆନ୍ତର୍ଜାତୀୟ ଗାୟକ ହେବେ। ସେ ଏକ ସୁପର ଗ୍ଲୋବାଲ ଷ୍ଟାର ହୋଇ ଏହାକୁ ସଫଳ କରିଥିଲେ। କିନ୍ତୁ ଗମ୍ଭୀରତାର ସହିତ, ଆପଣ ଭାବୁନାହାଁନ୍ତି ପ୍ରିୟଙ୍କା ଏବଂ ନିକ ସେହି ସ୍ବର ସହିତ ଏକ ଯୁଗଳ ଗାଇବା ଉଚିତ। ମୁଁ ଭାବୁଛି ଏହା ଧୁମ ମଚାଇବାକୁ ଯାଉଛି, ସିମି ଲେଖିଛନ୍ତି। ଭିଡିଓରେ ପ୍ରିୟଙ୍କା ମାରିଆ କେରିଙ୍କ ଗୀତ ‘ହିରୋ’ ଗାଇଥିବାର ଦେଖାଯାଉଛି ଏବଂ ଏହା ମୋର ବାପାଙ୍କ ପାଇଁ ବୋଲି ଦର୍ଶାଯାଇଛି।

Share