କଟକ ଅଫିସ, ସାଇବର ଠକଙ୍କୁ ସିମ୍ ଯୋଗାଇ ଦେଇ ମାଲେମାଲେ ୮ ଜଣ ଯୁବକଙ୍କୁ କଟକ ସାଇବର ଥାନା ପୋଲିସ ଗିରଫ କରିଛି। ଏହି ଯୁବକମାନେ ଓଡ଼ିଶା ସିମ ଆସାମ, ହରିଆଣା, ଦିଲ୍ଲୀ, ରାଜସ୍ଥାନ, ଉତ୍ତରପ୍ରଦେଶର ଆଦି ସାଇବର ଠକଙ୍କୁ ବିକୁଥିଲେ। ପରେ ସାଇବର ଠକମାନେ ଏହି ସିମ୍ ବ୍ୟବହାର କରି ଲୋକଙ୍କୁ ଠକୁଥିଲେ। ଏହି ୮ ଯୁବକ ଗ୍ରାହକଙ୍କୁ ଠକି ସେମାନଙ୍କ ନାମରେ ସିମ କାର୍ଡ ବାହାର କରୁଥିଲେ। ଯାହାକୁ ସେମାନେ ବାହାର ରାଜ୍ୟର ସାଇବର ଠକଙ୍କୁ ବିକୁଥିଲେ। ଏ ନେଇ ଆଜି ଖବରଦାତା ସମ୍ମିଳନୀରେ କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି। ଚଢ଼ାଉ ବେଳେ ଏମାନଙ୍କଠାରୁ ପ୍ରାୟ ୮ ଶହ ପ୍ରି ଆକ୍ଟିଭେଟେଡ ସିମ୍ ସହ ୧୬ ମୋବାଇଲ ଜବତ ହୋଇଛି। ଅଭିଯୁକ୍ତଙ୍କୁ ମଧ୍ୟରୁ ୭ ଜଣ ପୁରୀ ଜିଲାର ଓ ଜଣେ ନୟାଗଡ଼ର। ଗିରଫଙ୍କ ମଧ୍ୟରେ ସିମ ବିକ୍ରି ଲାଇସେନ୍ସ ପାଇଥିବା ବିଭିନ୍ନ କମ୍ପାନୀର ୭ କର୍ମଚାରୀ ଅଛନ୍ତି। ସେମାନେ ପ୍ରାୟ ୫ ହଜାରରୁ ଅଧିକ ସିମ ସାଇବର ମାଫିଆଙ୍କୁ ବିକ୍ରି କରିଥିବା ଜଣାପଡ଼ିଛି।