ସିନ୍‌ ରିକ୍ରିଏଶନ୍‌ କଲା କ୍ରାଇମବ୍ରାଞ୍ଚ

ବଲାଙ୍ଗୀର ଅଫିସ,୨୪ା୧୨: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ସବ୍‌ଜେଲ ଭିତରେ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଶୁକ୍ରବାର ତୃତୀୟ ଦିନରେ ପହଞ୍ଚତ୍ଛି। ତୃତୀୟ ଦିନରେ କ୍ରାଇମବ୍ରାଞ୍ଚ ଟିମ୍‌ ଗୋବିନ୍ଦଙ୍କ ଆତ୍ମହତ୍ୟାର ପୂରା ଘଟଣାକ୍ରମ ବୁଝିବାକୁ ସିନ୍‌ ରିକ୍ରିଏସନ୍‌ କରିଛି। କ୍ରାଇମବ୍ରାଞ୍ଚ ସାଇଣ୍ଟିଫକ୍‌ ଟିମ୍‌ ଦିନତମାମ ଏଥିରେ ଲାଗିଥିବା କ୍ରାଇମବ୍ରାଞ୍ଚ ଆଇଜି ଅମିତେନ୍ଦ୍ର ନାଥ ସିହ୍ନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଆଇଜି ସିହ୍ନା ଆହୁରି ମଧ୍ୟ କହିଥିଲେ ଯେ, ଗୋବିନ୍ଦ ଆତ୍ମହତ୍ୟା ଘଟଣାର ବିଭିନ୍ନ ସୂଚନା ଗଣମାଧ୍ୟମକୁ ଜଣାଇ ଦିଆଯାଉଛି। ଗୋବିନ୍ଦ ସାହୁଙ୍କ ପାଖରୁ କିଛି ଡକ୍ୟୁମେଣ୍ଟ ସିଜ୍‌ ହୋଇଛି। ସେଥିରେ କିଛି ହାତଲେଖା ରହିଛି। ସେସବୁ ଜିନିଷକୁ ଯାଞ୍ଚ ପାଇଁ ହ୍ୟାଣ୍ଡରାଇଟିଂ ବ୍ୟୁରୋ ପାଖକୁ ପଠାଯିବ ବୋଲି କ୍ରାଇମବ୍ରାଞ୍ଚ ଆଇଜି ସିହ୍ନା ଗଣମାଧ୍ୟମକୁ କହିଛନ୍ତି। କଣ୍ଟାବାଞ୍ଜି ସବ୍‌ଜେଲରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରିବା ପାଇଁ ଶୁକ୍ରବାର ବଲାଙ୍ଗୀରରୁ ଦୁଇଜଣିଆ ସିସି ଟିଭି ଏକ୍ସପର୍ଟଙ୍କୁ କଣ୍ଟାବାଞ୍ଜି ସବ୍‌ଜେଲକୁ ଡକାଯାଇଥିବା ଜଣାପଡିଛି।
କ୍ରାଇମବ୍ରାଞ୍ଚ ଆଇଜି ସିହ୍ନା ଅପରାହ୍ଣ ପ୍ରାୟ ୧ଟାରେ କଣ୍ଟାବାଞ୍ଜି ସବ୍‌ଜେଲରେ ପହଞ୍ଚତ୍ ଚାଲିଥିବା ତଦନ୍ତ ନିରୀକ୍ଷଣ କରିଥିଲେ। କ୍ରାଇମବ୍ରାଞ୍ଚ ଡିଏସପି ବିଜୟ କୁମାର ମଲ୍ଲିକଙ୍କ ନେତୃତ୍ୱରେ ୧୧ ଜଣିଆ କ୍ରାଇମବ୍ରାଞ୍ଚ ତଦନ୍ତକାରୀ ଦଳ ବୁଧବାର ଠାରୁ କଣ୍ଟାବାଞ୍ଜିରେ ପହଞ୍ଚତ୍ ତଦନ୍ତ ଜାରି ରଖିଛନ୍ତି। କ୍ରାଇମବ୍ରାଞ୍ଚ ସାଇଣ୍ଟିଫିକ୍‌ ଟିମ୍‌ କିଭଳି ଭାବେ ଗୋବନ୍ଦ ଆତ୍ମହତ୍ୟା କଲେ ତାର ସିନ୍‌ ରିକ୍ରିଏସନ୍‌ କରିବାକୁ ଉଦ୍ୟମ କରିଛି। ୨୦ ତାରିଖ ଦିନ ଗୋବିନ୍ଦ ସାହୁ କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ଚାଲିଥିବା ଶୁଣାଣିରେ ହାଜର ହେବାର ଥିଲା। ଏଣୁ ପୋଲିସ ଏସକର୍ଟ ଟିମ୍‌ ତାଙ୍କୁ ନେବା ପାଇଁ ଜେଲରେ ପହଞ୍ଚତ୍ଥିଲେ। ଏତିକି ବେଳେ ଗୋବିନ୍ଦ ଜେଲ ରନ୍ଧାଘର ଝରକା ରେଲିଂରେ ଝୁଲି ପଡିଥିତ୍ବା ଏବଂ ତାଙ୍କୁ କଣ୍ଟାବାଞ୍ଜ ସିଏଚ୍‌ସିକୁ ନିଆଯାଇଥିବା ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗୋବିନ୍ଦଙ୍କ କାକା ଶ୍ୱଶୁର ମହେନ୍ଦ୍ର ସାହୁଙ୍କ କହିବା ମୁତାବକ ୨୦ ତାରିଖ ସକାଳ ୭ଟା ୪୦ ମିନିଟରେ ଗୋବିନ୍ଦ ଜେଲ ଭିତରୁ ଜୁନାଗଡରେ ଥିବା ତାଙ୍କ ଭଉଣୀ ଜ୍ୱାଇଁ ଭୁବନେଶ୍ୱର ସାହୁଙ୍କୁ ଫୋନ୍‌ କରି କଥା ହୋଇଥିଲେ। ଏହାପରେ ଏମିତି କ’ଣ ହେଲା ଯେ, ସେ ଆତ୍ମହତ୍ୟା କଲେ। ଏନେଇ କ୍ରାଇମବ୍ରାଞ୍ଚ ତନାଘନା ଚଳାଇଛି। ୨୦ ତାରିଖ ସକାଳେ ଘଟିଥିବା ସମ୍ପୂର୍ଣ୍ଣ ଘଟଣାକ୍ରମକୁ ସିନ୍‌ ରିକ୍ରେସନ୍‌ ଜରିଆରେ ବୁଝିବାକୁ ଚେଷ୍ଟା କରୁଛି। ସାଥୀ ଅନ୍ତେବାସୀ ଏବଂ ଜେଲ କର୍ତ୍ତୃପକ୍ଷଙ୍କ ଠାରୁ ବିଭିନ୍ନ ସୂଚନା ସଂଗ୍ରହ କରାଯାଇ ଘଟଣାକୁ ଏକ ନାଟକୀୟ ରୂପ ଦେବାକୁ ଚେଷ୍ଟା କରୁଛି। ଏଥିରେ ସିସିଟିଭି ଫୁଟେଜ୍‌ର ମଧ୍ୟ ସହାୟତା ନିଆଯାଉଛି। କିଭଳି ଭାବେ ଗୋବିନ୍ଦ ଜେଲ ଭିତରେ ଆତ୍ମହତ୍ୟା କରିବାର ସୁଯୋଗ ପାଇଲେ ଏବଂ କେଉଁଠି ଜେଲ କର୍ତ୍ତୃପକ୍ଷଙ୍କ ଅବହେଳା ରହିଥିଲା ତାକୁ ମଧ୍ୟ ବୁଝିବାକୁ ଚେଷ୍ଟା କରୁଥିବା କ୍ରାଇମବ୍ରାଞ୍ଚ ଆଇଜି ସିହ୍ନା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଅସହ୍ୟ ଶୀତ: ଚତୁର୍ଥ ଦିନରେ ତୁଷାରପାତ 

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା କାଶ୍ମୀର ଭଳି ପରିସ୍ଥିତି ଦେଖାଯାଇଛି। ରବିବାରକୁ ମିଶାଇ ଗତ ଚାରିଦିନ ଧରି...

ଜଙ୍ଗଲରେ ହଜିବାରେ ଲାଗିଛି  ଉଇ ହୁଙ୍କା ସଂଖ୍ୟା : ଭୂତଳ ଜଳର ଉତ୍ସ ଚିହ୍ନଟ କରିବାରେ …

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ସୃଷ୍ଟି ଓ ପ୍ରକୃତି ସହ ଜଡିତ ଉଇ ହୁଙ୍କାର ସମ୍ପର୍କ। ହେଲେ ମାତ୍ର ଧୀରେଧୀରେ ଜଙ୍ଗଲରେ ଉଇ ହୁଙ୍କାର ସଂଖ୍ୟା କମିବାରେ...

୨୫ ରେ ତିଲିସିଙ୍ଗି ରେ ପ୍ରଦେଶ ସଭା : ୪ ଦିନ ବ୍ୟାପୀ…

ଭଞ୍ଜନଗର,୧୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ନିଖିଳ ଉତ୍କଳ କୁର୍ମି...

‘ଅତିରିକ୍ତ ଶୁଳ୍କ ଲଗାଇଲେ ସମ୍ପର୍କ ଖରାପ ହୋଇପାରେ, କାଥାବାର୍ତ୍ତା ମାଧ୍ୟମରେ…,’ ମେକ୍ସିକୋର ଟାରିଫକୁ ନେଇ ଭାରତ କହିଲା…

ନୂଆଦିଲ୍ଲୀ,୧୪।୧୨: ମେକ୍ସିକୋର କିଛି ଭାରତୀୟ ଉତ୍ପାଦ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି ନିଷ୍ପତ୍ତି ପରେ ଭାରତ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।...

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

ଜାପାନରେ ରିଲିଜ ହେବ ‘ପୁଷ୍ପା ୨’

ହାଇଦ୍ରାବାଦ୍‌: ବ୍ଲକ୍‌ବଷ୍ଟର ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍‌’ ଏବେ ଜାପାନରେ ରିଲିଜ ପାଇଁ ପ୍ରସ୍ତୁତ ହେଉଛି। ଆଉ ଏହି ରିଲିଜ ପୂର୍ବରୁ ଅଭିନେତା ଅଲ୍ଲୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri