୧୯୮୦ ପରଠାରୁ ୟୁରୋପରେ ଖରାପ ପାଗ ନେଇଛି ଲକ୍ଷେ ୯୫ ହଜାର ଲୋକଙ୍କ ଜୀବନ, କ୍ଷତି ୫୬ ହଜାର କୋଟି…

ଷ୍ଟକହୋମ,୧୪।୬ : ୟୁରୋପୀୟ ପରିବେଶ ଏଜେନ୍ସି ବୁଧବାର କହିଛି ୧୯୮୦ ପରଠାରୁ ୟୁରୋପରେ ପାଣିପାଗ ପରିସ୍ଥିତି ଯୋଗୁ ଲକ୍ଷେ ୯୫ ହଜାର ଲୋକଙ୍କ ଜୀବନ ଯାଇଛି। ସେହିପରି ୫୬ ହଜାର କୋଟିରୁ ଅଧିକ ଅର୍ଥନୈତିକ କ୍ଷତି ହୋଇଛି।

ଇଏଏ ଏହାର ରିପୋର୍ଟରେ କହିଛି ୧୯୮୦ ରୁ ୨୦୨୧ ମଧ୍ୟରେ ବନ୍ୟା, ଝଡ, ଉତ୍ତାପ ଏବଂ ଥଣ୍ଡା ଲହର, ଜଙ୍ଗଲରେ ନିଆଁ ଲାଗିବା ତଥା ଭୂସ୍ଖଳନରେ ଏସବୁ ଲୋକଙ୍କର ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ୧୭୦ ବିଲିୟନ ବା ୩୦ ପ୍ରତିଶତ ବୀମାଭୁକ୍ତ ଅର୍ଥ ପ୍ରଦାନ କରାଯାଇଛି। ପାଣିପାଗ ପ୍ରଭାବ ଉପରେ ସାମ୍ପ୍ରତିକ ତଥ୍ୟ ସଂଗ୍ରହ କରି ଇଏଏ ଏକ ନୂତନ ଅନଲାଇନ ପୋର୍ଟାଲ ଲଞ୍ଚ କରି ଏହି ତଥ୍ୟ ପ୍ରଦାନ କରିଛି।

ଇଏଏ ବିଶେଷଜ୍ଞ ଆଲେକ୍ସଜାଣ୍ଡାର୍‌ କାଜର୍ମିଜାକ କହିଛନ୍ତି ଅଧିକ କ୍ଷତି ନ ହେବା ପାଇଁ ଆମକୁ ତୁରନ୍ତ ପାଣିପାଗ ଘଟଣାଗୁଡ଼ିକର ପ୍ରତିକ୍ରିୟାଶୀଳ ହେବା ଠାରୁ ସକ୍ରିୟ ଭାବରେ ପ୍ରସ୍ତୁତି ହେବାର ଆବଶ୍ୟକତା ରହିଛି। ସର୍ବଶେଷ ତଥ୍ୟ ଅନୁଯାୟୀ, ମୃତ୍ୟୁର ୮୧ ପ୍ରତିଶତ ଏବଂ ଆର୍ଥିକ କ୍ଷତିର ୧୫ ପ୍ରତିଶତ ପାଇଁ ଉତ୍ତାପ ଲହର ଦାୟୀ।

Share