୨୦୦୦ ମସିହାଠାରୁ ବଢୁଛି ଭାରତୀୟଙ୍କ ସମ୍ପତ୍ତି, ହାରାହାରି ସମ୍ପତ୍ତି ପ୍ରାୟ ୧୪ ଲକ୍ଷ…

ବେର୍ନ,୨୦।୮ : ୟୁନିଅନ ବ୍ୟାଙ୍କ ଅଫ ସ୍ବିଜରଲ୍ୟାଣ୍ଡ (ୟୁବିଏସ) ରୁ ଏକ ରିପୋର୍ଟ ଆସିଛି ଯାହା ଗ୍ଲୋବାଲ ଓ୍ବେଲଥ ରିପୋର୍ଟ ୨୦୨୩’ ନାମରେ ପ୍ରକାଶ ପାଇଛି। ରିପୋର୍ଟରେ କୁହାଯାଇଛି ଭାରତର ଲୋକମାନେ ଅତି ଶୀଘ୍ର ଧନୀ ହେବାକୁ ଯାଉଛନ୍ତି। ଏହି ରିପୋର୍ଟ ଅନୁଯାୟୀ, ଭାରତରେ ଲୋକମାନଙ୍କ ହାରାହାରି ସମ୍ପତ୍ତି ପ୍ରାୟ ୧୪ ଲକ୍ଷ ।

ରିପୋର୍ଟ ଅନୁଯାୟୀ, ଯଦି ଦେଶର ଲୋକଙ୍କ ଧନ ଏହିପରି ବଢ଼େ ତେବେ ଶୀଘ୍ର ଭାରତର ଲୋକମାନେ ଧନୀ ହୋଇଯିବେ। ଏହା କୁହାଯାଇଛି ୨୦୦୦ ମସିହାରୁ ଭାରତର ଲୋକଙ୍କ ଧନ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ, ବିଶ୍ୱ ର ହାରାହାରି ସମ୍ପତ୍ତି ତୁଳନାରେ ଭାରତ ବହୁତ ପଛରେ ଅଛି। ଭାରତୀୟଙ୍କ ସମ୍ପତ୍ତି ବିଶ୍ୱର ହାରାହାରି ସମ୍ପତ୍ତି ଠାରୁ ପାଞ୍ଚ ଗୁଣା କମ ଅଟେ। ଅର୍ଥାତ ବିଶ୍ୱର ହାରାହାରି ସମ୍ପତ୍ତି ପ୍ରାୟ ୭୦ ଲକ୍ଷ ଟଙ୍କା ରହିଛି।

ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଧନ ସହିତ ଭାରତରେ ଅସମାନତା ମଧ୍ୟ ଅତି ଦ୍ରୁତ ଗତିରେ ବୃଦ୍ଧି ପାଉଛି। ରିପୋର୍ଟରେ କୁହାଯାଇଛି ୨୦୨୨ ସୁଦ୍ଧା ଦେଶରେ ମୋଟ ୮.୪୯ ଲକ୍ଷ ବିଲିୟନେୟାର ଅଛନ୍ତି। ଏଥିମଧ୍ୟରୁ ୫,୪୮୦ ଜଣ ବିଲିୟନେୟାରଙ୍କର ସମ୍ପତ୍ତି ୧୦୦ ମିଲିୟନ ଡଲାରରୁ ଅଧିକ ।

 

Share