Categories: ଜାତୀୟ

୨୦୧୪ରୁ ବିଶ୍ୱ ଦେଖିଲାଣି ବଡ଼ ବଡ଼ ଦେଶର ନେତୃତ୍ୱ ପରିବର୍ତ୍ତନ, ହେଲେ ମୋଦିଙ୍କ ମ୍ୟାଜିକ ରହିଛି…

ନୂଆଦିଲ୍ଲୀ,୭।୧୧: ୨୦୧୪ରେ କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ଏନଡିଏ ସରକାର ଗଠନ ହେବା ପରଠାରୁ ବିଶ୍ୱର ସାତୋଟି ପ୍ରମୁଖ ଦେଶ ନେତୃତ୍ୱ ପରିବର୍ତ୍ତନକୁ ଦେଖିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ତୃତୀୟ କାର୍ଯ୍ୟକାଳରେ ଅଛନ୍ତି ଏବଂ ତାଙ୍କ ନେତୃତ୍ୱ ଅପରିବର୍ତ୍ତିତ ରହିଛି।
ବ୍ଲୁକ୍ରାଫ୍ଟ ଡିଜିଟାଲ ଫାଉଣ୍ଡେସନର ସିଇଓ ଅଖିଳେଶ ମିଶ୍ର ଏକ୍ସରେ ଏକ ଗ୍ରାଫ ଶେୟାର କରିଛନ୍ତି। ୨୦୧୪ରୁ ବିଶ୍ୱର ୭ଟି ଦେଶରେ ଘଟିଥିବା ନେତୃତ୍ୱ ପରିବର୍ତ୍ତନକୁ ଏଥିରେ ଚିତ୍ରଣ କରାଯାଇଛି। ଏହି ଗ୍ରାଫରେ ଭାରତ ମଧ୍ୟ ରହିଛି, ଯାହାର ନେତୃତ୍ୱ ପିଏମ ମୋଦି ଭାବରେ ୨୦୧୪ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିଛି।
ଗ୍ରାଫ ଶେୟାର କରିବାବେଳେ ମିଶ୍ର ଲେଖିଛନ୍ତି, ବିଶ୍ୱ କିପରି ବଦଳିଛି, ଯେତେବେଳେ ମୋଦି ସ୍ଥିର ଅଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତରେ ଅଭୂତପୂର୍ବ ସ୍ଥିରତା ରହିଛି।
ସୂଚନାଯୋଗ୍ୟ, ବୁଧବାର ଆମେରିକା ଡୋନାଲ୍ଡ ଟ୍ରମ୍ପଙ୍କୁ ଏହାର ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ନିର୍ବାଚିତ କରିଛି। ରିପବ୍ଲିକାନ ନେତା ଡେମୋକ୍ରାଟ ତଥା ବର୍ତ୍ତମାନର ଉପରାଷ୍ଟ୍ରପତି କମଲା ହାରିସଙ୍କୁ ସେ ପରାସ୍ତ କରିଛନ୍ତି।
୨୦୧୪-୨୪ରୁ ତିନି ଜଣ ଆମେରିକାରେ ରାଷ୍ଟ୍ରପତି ପଦ ଗ୍ରହଣ କରିଥିଲେ। ଏଥିମଧ୍ୟରେ ବାରାକ ଓବାମା (୨୦୧୪ ରୁ ୨୦୧୭ପର୍ଯ୍ୟନ୍ତ ଡେମୋକ୍ରାଟିକ ପାର୍ଟି), ଡୋନାଲ୍ଡ ଟ୍ରମ୍ପ (୨୦୧୭ରୁ ଜାନୁୟାରୀ ୨୦୨୧ ପର୍ଯ୍ୟନ୍ତ), ଜୋ ବାଇଡେନ (୨୦୨୧ ରୁ ଡେମୋକ୍ରାଟିକ ପାର୍ଟି) ଅନ୍ତର୍ଭୁକ୍ତ। ଜାନୁଆରୀ ୨୦୨୫ରେ ଟ୍ରମ୍ପ ପୁଣିଥରେ ରାଷ୍ଟ୍ରପତି ପଦ ଗ୍ରହଣ କରିବେ।
ସେହିଭଳି ବ୍ରିଟେନରେ ୨୦୧୪-୨୪ ମଧ୍ୟରେ ଡେଭିଡ କାମେରୁନ, ଥେରେସା ମେ, ବୋରିସ ଜନସନ, ଲିଜ ଟ୍ରସ, ଋଷି ସୁନକ, କିର ଷ୍ଟାରମର (ବର୍ତ୍ତମାନର ପ୍ରଧାନମନ୍ତ୍ରୀ) ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ।

ଅଷ୍ଟ୍ରେଲିଆରେ ଟନି ଆବଟ, ମଲକମ ଟର୍ନବୁଲ, ସ୍କଟ ମୋରିସନ, ଆନ୍ଥୋନୀ ଆଲବାନେ (ବର୍ତ୍ତମାନର ପ୍ରଧାନମନ୍ତ୍ରୀ) ୨୦୧୪ରୁ ୨୦୨୪ ମଧ୍ୟରେ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି।
ଫ୍ରାନ୍ସରେ ୨୦୧୪ରୁ ୨୦୨୪ମଧ୍ୟରେ ଦୁଇଜଣ ବ୍ୟକ୍ତି ଦେଶର ସର୍ବୋଚ୍ଚ ନେତୃତ୍ୱକୁ ସମ୍ଭାଳିଥିଲେ। ଏଥିରେ ଫ୍ରାଙ୍କୋଇସ ଓଲାଣ୍ଡ (୨୦୧୨-୨୦୧୭) ଏବଂ ଇମାନୁଏଲ ମାକ୍ରନ (ବର୍ତ୍ତମାନର ରାଷ୍ଟ୍ରପତି) ଅନ୍ତର୍ଭୁକ୍ତ।
ଇଟାଲୀରେ ୨୦୧୪ରୁ ୨୦୨୪ମଧ୍ୟରେ ୫ ଜଣ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ଏଥିମଧ୍ୟରେ ମ୍ୟାଟେଓ ରେଞ୍ଜୀ, ପାଓଲୋ ଜେଣ୍ଟିଲୋନି, ଜିଉସେପ କଣ୍ଟେ, ମାରିଓ ଡ୍ରାଗି, ଜର୍ଜିଆ ମେଲୋନି (ବର୍ତ୍ତମାନର ପ୍ରଧାନମନ୍ତ୍ରୀ) ଅନ୍ତର୍ଭୁକ୍ତ।
୨୦୧୪ରୁ ୨୦୨୪ ମଧ୍ୟରେ ଚାରିଜଣ ବ୍ୟକ୍ତି ଜାପାନରେ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ଏଥିମଧ୍ୟରେ ସିଞ୍ଜୋ ଆବେ, ୟୋସିହିଡେ ସୁଗା, ଫୁମିଓ କିଶିଦା, ଶିଗୁରୁ ଇଶିବା (ବର୍ତ୍ତମାନର ପ୍ରଧାନମନ୍ତ୍ରୀ) ଅନ୍ତର୍ଭୁକ୍ତ।
୨୦୧୪ରୁ ୨୦୨୪ମଧ୍ୟରେ ପାକିସ୍ତାନରେ ମଧ୍ୟ ନେତୃତ୍ୱ ପରିବର୍ତ୍ତନ ହୋଇଥିଲା। ଏଠାରେ- ନୱାଜ ସରିଫ (୨୦୧୪-୧୫), ସହିଦ ଖକାନ ଅବ୍ବାସି (୨୦୧୫-୧୭), ଇମ୍ରାନ ଖାନ (୨୦୧୭-୨୧), ଶାହାବାଜ ସରିଫ (୨୦୨୧-୨୪) ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ।

Share