Posted inଜାତୀୟ

କଂଗ୍ରେସର ଅବସ୍ଥା ଦେଖି କେନ୍ଦ୍ରମନ୍ତ୍ରୀଙ୍କ ତରଳିଲା ହୃଦୟ: କହିଲେ, ହୃଦୟରୁ ଚାହୁଁଛି କଂଗ୍ରେସ ମଜଭୁତ ହେଉ

ମୁମ୍ବାଇ,୨୮।୩: ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ ପାଇଁ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କ ହୃଦୟ ତରଳିଛି। କଂଗ୍ରେସ ପ୍ରତି ସହାନୁଭୂତି ପ୍ରଦାନ କରି ଗଡକରୀ ହୃଦୟରୁ କଂଗ୍ରେସ ମଜଭୁତ ହେଉ ବୋଲି କହିଛନ୍ତି। ଏକ କାର୍ଯ୍ୟକ୍ରମରେ ଗଡକରୀ କହିଛନ୍ତି, ଗଣତନ୍ତ୍ର ପାଇଁ ଏକ ଦୃଢ କଂଗ୍ରେସ ରହିବା ଆବଶ୍ୟକ। ଲଗାତାର ନିର୍ବାଚନରେ ହାରିଥିବା କଂଗ୍ରେସ ପୁଣି ଥରେ ଶକ୍ତିଶାଳୀ ହେବ ଏବଂ ଦଳର ନେତାମାନେ ନିରାଶାରେ ଦଳ ଛାଡନ୍ତୁ ନାହିଁ। ଏକ ଦୁର୍ବଳ କଂଗ୍ରେସର ଅର୍ଥ ହେଉଛି ଆଞ୍ଚଳିକ ଦଳଗୁଡିକ ମୁଖ୍ୟ ବିରୋଧୀ ଦଳର ସ୍ଥାନ ନେବେ।
ଲୋକମତ ସାମ୍ବାଦିକତା ପୁରସ୍କାର କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଶାସନ ବ୍ୟବସ୍ଥା ଏବଂ ବିରୋଧୀଙ୍କ ସହ ଗଣତନ୍ତ୍ର ଦୁଇଟି ଚକରେ ଚାଲିଥାଏ। ଗଣତନ୍ତ୍ର ପାଇଁ ଏକ ଦୃଢ ବିରୋଧୀ ଦଳର ଆବଶ୍ୟକତା ରହିଛି, ତେଣୁ କଂଗ୍ରେସ ଦୃଢ ହେବା ଆବଶ୍ୟକ। କଂଗ୍ରେସ ଦୁର୍ବଳ ଥିବାବେଳେ ଆଞ୍ଚଳିକ ଦଳଗୁଡ଼ିକ ଏହାର ସ୍ଥାନ ଗ୍ରହଣ କରୁଛନ୍ତି, ଯାହା ଗଣତନ୍ତ୍ର ପାଇଁ ଭଲ ନୁହେଁ। ଏଭଳି ପରିସ୍ଥିତିରେ ବିରୋଧୀ ଦଳ ଶକ୍ତିଶାଳୀ ହେବା ଉଚିତ୍‌ ବୋଲି ସେ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ପରାଜୟରେ ଦୁର୍ବଳ ନ ହୋଇ ଦଳ ସହ ରହିବାକୁ ସେ କଂଗ୍ରେସ ନେତାମାନଙ୍କୁ ମୁଁ ଅନୁରୋଧ କରୁଛି। ମୁଁ ହୃଦୟରୁ ଚାହୁଁଛି ଯେ କଂଗ୍ରେସ ଦୃଢ଼ ରହୁ। ଯେଉଁମାନେ କଂଗ୍ରେସର ଆଦର୍ଶକୁ ଅନୁସରଣ କରନ୍ତି, ସେମାନେ ଦଳ ସହିତ ରହି କାର୍ଯ୍ୟ ଜାରି ରଖିବା ଉଚିତ ଏବଂ ପରାଜୟ ଦ୍ୱାରା ନିରାଶ ହେବା ଉଚିତ୍‌ ନୁହେଁ। ଯଦି ପରାଜୟ ହୁଏ ତେବେ ଦିନେ ମଧ୍ୟ ବିଜୟ ହେବ। ଜବାହରଲାଲ ନେହେରୁ ଏହାର ଏକ ଉଦାହରଣ। ଯେତେବେଳେ ଅଟଳ ବିହାରୀ ବାଜପେୟୀ ଲୋକ ସଭା ନିର୍ବାଚନରେ ହାରିଗଲେ, ନେହେରୁ ତାଙ୍କୁ ସମ୍ମାନ କରୁଥିଲେ। ଗଣତନ୍ତ୍ରରେ ବିରୋଧୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

କୋଲକାତା ବଳାତ୍କାର-ହତ୍ୟା ଘଟଣା: ସାମ୍ନାକୁ ଆସିଲା ଆଉ ଏକ କଳାଧନ୍ଦା!

କୋଲକାତା,୨୨।୯: ଅଭୟା ନାଁ ଦିଆଯାଇଥିବା ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ମୃତଦେହ କୋଲକାତାର ଆର.ଜି କର ମେଡିକାଲରେ ମିଳିଥିଲା। ଯାହକେ ନେଇ ସାରା ଦେଶରେ ଲାଗି...

ସାର୍ଟିଫିକେଟ ପାଇଁ ବାହାରିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୨।୯: ଫେବୃଆରୀ ବଦଳରେ ନଭେମ୍ବରରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବ କି ବୋଲି ଏବେ ପ୍ରଶ୍ନ ଉଠିଛି। ଆଜିକାଲି ଜାତୀୟ ରାଜଧାନୀର ରାଜନୈତିକ ପରିବେଶରେ ଏହା...

ନିର୍ବାଚନ ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିକଟରେ ବଡ ଦାବି ରଖିଲା ଶରଦ ପାଓ୍ବାରଙ୍କ ଦଳ

ମୁମ୍ବାଇ,୨୨।୯: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଅଜିତ ପାୱାର ଦଳ ପାଇଁ ନିର୍ବାଚନ ଆୟୋଗଙ୍କ ଠାରୁ ଏନସିପି ଶରଦ ଦଳ ଏକ ବଡ ଦାବି କରିଛନ୍ତି।...

ଖୁସି ଖବର: ନୀତୀଶ ଦେବେ ବଡ ଉପହାର

ପାଟନା,୨୨।୯: ବିହାରର ଯୁବବର୍ଗଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ଅଛି । ବିହାର ସରକାରଙ୍କ ପୋଲିସ ବିଭାଗରେ ସେବା କରିବାକୁ ଚାହୁଁଥିବା ଯୁବକମାନେ...

କଂଗ୍ରେସରେ କାଷ୍ଟିଂ କାଉଚ! ଚେହେରା ଦେଖି ଦିଆଯାଉଛି ଟିକେଟ, ମହିଳା ନେତାଙ୍କ ଅଭିଯୋଗ ପରେ ବଢୁଛି ଉତ୍ତେଜନା

ନୂଆଦିଲ୍ଲୀ,୨୨।୯: ହରିୟାଣା ନିର୍ବାଚନରେ କଂଗ୍ରେସ ଚେହେରା ଆଧାରରେ ଟିକେଟ ବଣ୍ଟନ କରିଥିବା ଅଭିଯୋଗ ହୋଇଛି ଏବଂ ଏହି ଅଭିଯୋଗ ନିଜେ ଦଳର ମହିଳା ନେତାଙ୍କ ବ୍ୟତୀତ...

ନାଇଡୁଙ୍କ ଉପରେ ଦୋଷ ଲଦି ତିରୁପତି ଲଡୁ ବିବାଦକୁ ନେଇ ମୋଦିଙ୍କୁ ଚିଠି ଲେଖିଲେ ଜଗନ ରେଡ୍ଡୀ

ତିରୁପତି,୨୨।୯: ତିରୁପତି ଲଡୁ ବିବାଦକୁ ନେଇ ସମଗ୍ର ଦେଶରେ ଉତ୍ତେଜନା ଦେଖାଦେଇଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁ ଦାବି କରିଛନ୍ତି ଯେ ଲଡୁ ପ୍ରସାଦରେ ପଶୁ...

କଂଗ୍ରେସର ହାର୍ଟବିଟ ବଢାଉଛି ଶୈଳଜାଙ୍କ ନିରବତା

ନୂଆଦିଲ୍ଲୀ,୨୨।୯: ହରିୟାଣାରେ ବିଧାନସଭା ନିର୍ବାଚନର ଉତ୍ସାହ ଜୋରସୋରରେ ଚାଲିଛି, କିନ୍ତୁ ଏହି ନିର୍ବାଚନ ଶବ୍ଦ ମଧ୍ୟରେ କଂଗ୍ରେସର ବରିଷ୍ଠ ନେତା କୁମାରୀ ଶୈଳଜାଙ୍କ ନିରବତା ଅନେକ...

ହିନ୍ଦୁମାନଙ୍କ ଭାବନା ସହ ଖେଳାଯାଇଛି, ରବିଶଙ୍କର କହିଲେ କେବଳ ଲଡୁ ନୁହେଁ…

ହାଇଦ୍ରାବାଦ,୨୨ା୯: ତିରୁପତି ବାଲାଜୀଙ୍କ ଲଡୁକୁ ନେଇ ତୁଟୁନି ବିବାଦ। ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଆଧ୍ୟାତ୍ମିକ ଗୁରୁ ଶ୍ରୀଶ୍ରୀ ରବିଶଙ୍କର। ୧୮୫୭ ସିପାହୀ ବିଦ୍ରୋହ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri