ସିନ୍ଦେ ବନାମ ଉଦ୍ଧବ: ସୁପ୍ରିମକୋର୍ଟରେ ଆଜି ଶୁଣାଣି

ନୂଆଦିଲ୍ଲୀ,୧୧।୫:ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍‌ ଏମ.ଆର୍‌ ଶାହା, କୃଷ୍ଣ ମୁରାରି, ହିମା କୋହିଲି, ପି.ଏସ୍‌ ନରସିଂହ୍ମାଙ୍କ ୫ଜଣିଆ ସମ୍ବିଧାନ ବେଞ୍ଚ ଗତ ବର୍ଷ ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ସମ୍ପର୍କରେ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେବେ। ଗତ ବର୍ଷ ଏକନାଥ ସିନ୍ଦେଙ୍କ ପାଇଁ ଦଳରେ ବିଦ୍ରୋହ ପରେ ଶିବସେନା ୨ଟି ଦଳରେ ବିଭକ୍ତ ହୋଇଯାଇଥିଲା। ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏ ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା।
ସୂଚନାଯୋଗ୍ୟ, ଉଦ୍ଧବ ଠାକରେ ୧୬ଜଣ ବିଧାୟକଙ୍କ ସଦସ୍ୟତାର ବୈଧତାକୁ ନେଇ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ, ଯାହା ଉପରେ ଆଜି ଶୁଣାଣି ହେବ।

Share