Posted inଖେଳ

ସହଜ ଗ୍ରୁପ୍‌ରେ ସିନ୍ଧୁ ଓ ପ୍ରଣୟ

କୁଆଲାଲମ୍ପୁର, ୧୩ା୭ : ପ୍ୟାରିସ ଗେମ୍ସ ଜୁଲାଇ ୨୬ରୁ ଆରମ୍ଭ ହେଉଥିବା ପ୍ୟାରିସ ଗେମ୍ସ ପାଇଁ ଦୁଇଥର ଅଲିମ୍ପିକ ପଦକ ବିଜୟିନୀ ପି.ଭି. ସିନ୍ଧୁ ଓ ଏଚ୍‌.ଏସ୍‌. ପ୍ରଣୟଙ୍କୁ ସହଜ ଗ୍ରୁପ୍‌ରେ ସ୍ଥାନ ମିଳିଛି। ରିଓ ଗେମ୍ସରେ ରୌପ୍ୟ ଏବଂ ଟୋକିଓ ଅଲିମ୍ପିକ୍ସରେ ଏକ ବ୍ରୋଞ୍ଜ ଜିତିଥିବା ସିନ୍ଧୁଙ୍କୁ ୧୦ମ ସିଡ୍‌ ମାନ୍ୟତା ମିଳିଛି। ବିଶ୍ୱର ଏହି ୧୩ ନମ୍ବର ଖେଳାଳି ଗ୍ରୁପ୍‌ ‘ଏମ୍‌’ରେ ସ୍ଥାନ ପାଇଛନ୍ତି। ଏଥିରେ ଇସ୍ତୋନିଆର କ୍ରିଷ୍ଟିନ କୁବା (ବିଶ୍ୱ ର଼୍ୟାଙ୍କିଙ୍ଗ ୭୫) ଏବଂ ମାଳଦ୍ୱୀପର ଫତିମା ନାବାହ ଅବଦୁଲ ରାଜାକ (ବିଶ୍ୱର଼୍ୟାଙ୍କିଙ୍ଗ ୧୧୧) ପ୍ରମୁଖ ସ୍ଥାନ ପାଇଛନ୍ତି। ଅଲିମ୍ପିକ୍ସରେ ହ୍ୟାଟ୍ରିକ ପଦକ ହାସଲ ଲକ୍ଷ୍ୟରେ ଥିବା ସିନ୍ଧୁ ପ୍ରି-କ୍ୱାର୍ଟରରେ ୬ଷ୍ଠ ସିଡ୍‌ ଚାଇନାର ହି ବିଙ୍ଗ୍‌ ଜିଆଓଙ୍କୁ ଭେଟିପାରନ୍ତି। ଜିଆଓଙ୍କୁ ଯଦି ସେ ଅତିକ୍ରମ କରିଯାଆନ୍ତି ତେବେ କ୍ୱାର୍ଟରଫାଇନାଲରେ ଅଲିମ୍ପିକ ଚାମ୍ପିୟନ ଚାଇନାର ଚେନ୍‌ ୟୁ ଫେଇଙ୍କୁ ଭେଟିପାରନ୍ତି। ଅଲିମ୍ପିକ୍ସ ପୂର୍ବରୁ ବିଭିନ୍ନ ଟୁର୍ନାମେଣ୍ଟରେ ଏହି ୨୯ ବଷର୍ର୍ୀୟା ଭାରତୀୟ ଖେଳାଳିଙ୍କର ପ୍ରଦର୍ଶନ ସେତେଟା ଖାସ୍‌ ପରିଲକ୍ଷିତ ହୋଇ ନାହିଁ। ଅନ୍ୟ ପକ୍ଷରେ ପ୍ରଣୟ ଅଲିମ୍ପିକ୍ସରେ ତାଙ୍କର ପ୍ରଥମ ପଦାର୍ପଣ କରିବେ। ତାଙ୍କୁ ୧୩ତମ ସିଡ୍‌ ମାନ୍ୟତା ମିଳିଛି। ପୁରୁଷ ସିଙ୍ଗଲ୍ସ ଇଭେଣ୍ଟର ଗ୍ରୁପ୍‌ ‘କେ’ ରେ ତାଙ୍କୁ ଭିଏତନାମର ଲି ଡକ୍‌ ଫାଟ୍‌ (ବିଶ୍ୱ ର଼୍ୟାଙ୍କିଙ୍ଗ ୭୦) ଏବଂ ଜର୍ମାନୀର ଫାବିଆନ ରୋଥ୍‌ଙ୍କୁ ଅତିକ୍ରମ କରିବାକୁ ପଡ଼ିବ। ପୁରୁଷ ସିଙ୍ଗଲ୍ସରେ ଭାଗ ନେଉଥିବା ଭାରତର ଦ୍ୱିତୀୟ ଖେଳାଳି ୧୯ତମ ର଼୍ୟାଙ୍କିଙ୍ଗପ୍ରାପ୍ତ ଲକ୍ଷ୍ୟ ସେନ୍‌ଙ୍କୁ ଗ୍ରୁପ୍‌ ‘ଏଲ୍‌’ରେ ସ୍ଥାନ ମିଳିଛି। ଅଣସିଡ ଲକ୍ଷ୍ୟ ଏହି ଗ୍ରୁପ୍‌ରେ ତୃତୀୟ ସିଡ୍‌ ତଥା ବିଶ୍ୱର ୩ ନମ୍ବର ଇଣ୍ଡୋନେସିଆର ଜୋନାଥନ କ୍ରିଷ୍ଟିଙ୍କ ସହ ମୁକାବିଲା କରିବାକୁ ହେବ। ଏଥିରେ ସ୍ଥାନ ପାଇଥିବା ଅନ୍ୟ ଦୁଇ ଖେଳାଳି ହେଲେ ଗୁଆଟାମାଳାର କେଭିନ କର୍ଡନ (ବିଶ୍ୱ ର଼୍ୟାଙ୍କିଙ୍ଗ ୪୧) ଓ ବେଲଜିୟମର ଜୁଲିଏନ୍‌ କାରାଗି (ବିଶ୍ୱ ର଼୍ୟାଙ୍କିଙ୍ଗ ୫୨)। ଯଦି ଉଭୟ ପ୍ରଣୟ ଓ ଲକ୍ଷ୍ୟ ସେମାନଙ୍କ ଗ୍ରୁପ୍‌ର ଶୀର୍ଷରେ ରୁହନ୍ତି ତେବେ ପ୍ରି-କ୍ୱାର୍ଟରରେ ପରସ୍ପରକୁ ଭେଟିବେ। ମହିଳା ଡବଲ୍ସ ଇଭେଣ୍ଟରେ ବିଶ୍ୱର ୧୯ ନମ୍ବର ଯୋଡ଼ି ତନିଶା କାଷ୍ଟ୍ରୋ ଓ ଅଶ୍ୱିନୀ ପୋନାପ୍ପା ଏକ କଷ୍ଟସାଧ୍ୟ ଗ୍ରୁପ୍‌ ‘ସି’ରେ ସ୍ଥାନ ପାଇଛନ୍ତି। ଏହି ଗ୍ରୁପ୍‌ରେ ବିଶ୍ୱର ୪ ନମ୍ବର ନାମି ମାତସୁୟାମା ଓ ଚିହାରୁ ଶିଦା (ଜାପାନ), ଟୋକିଓ ଅଲିମ୍ପିକ ବ୍ରୋଞ୍ଜ ପଦକ ବିଜେତା ଦକ୍ଷିଣ କୋରିଆର କିମ୍‌ ସୋ ୟେଙ୍ଗ ଓ କଙ୍ଗ ହି ୟଙ୍ଗ ଏବଂ ଅଷ୍ଟ୍ରେଲିଆର ସେଟ୍ୟାନା ମାପାସା ଓ ଆଞ୍ଜେଲା ୟୁଙ୍କୁ ସ୍ଥାନ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନୀରଜଙ୍କ ପାଇଁ ହୃଦୟର କଥା କହିଦେଲେ ମନୁ ଭାକର: ମୁଁ ତୁମର…

ନୂଆଦିଲ୍ଲୀ,୧୬।୯: ବ୍ରସେଲ୍ସରେ ଅନୁଷ୍ଠିତ ଡାଏମଣ୍ଡ ଲିଗ୍‌ ଫାଇନାଲରେ ଭାରତର ତାରକା ଜାଭେଲିନ ଖୋଳାଳି ନୀରଜ ଚୋପ୍ରା ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ସେ ଏକ ସେଣ୍ଟିମିଟର...

ଟ୍ରକ୍‌ ଡ୍ରାଇଭରଙ୍କ କଲର୍‌ ଧରିଦେଇଥିଲେ ଗୌତମ ଗମ୍ଭୀର: ବଡ଼ ଖୁଲାସା କଲେ ଆକାଶ ଚୋପ୍ରା

ନୂଆଦିଲ୍ଲୀ,୧୬।୯: ଟ୍ରକ ଡ୍ରାଇଭରଙ୍କ ସହ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ଲଢେଇର ଏକ ମଜାଳିଆ କାହାଣୀ ପୂର୍ବତନ ଭାରତୀୟ କ୍ରିକେଟର ଆକାଶ ଚୋପ୍ରା ବର୍ଣ୍ଣନା...

ଭଙ୍ଗା ହାତରେ ବ୍ରୁସେଲ୍ ଡାଇମଣ୍ଡ ଲିଗ୍ ଖେଳିଲେ ନୀରଜ, କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୫।୯: ଭାରତର ତାରକା ଜାଭେଲିନ୍ ଫିଙ୍ଗାଳି ନୀରାଜ ଚୋପ୍ରା ପୁଣି ଆହତ ହୋଇଛନ୍ତି। ବ୍ରୁସେଲ୍ ଡାଇମଣ୍ଡ ଲିଗରେ ଲଗାତାର ଦ୍ୱିତୀୟ ଥର ପାଇଁ ରନର୍ସ ଅପ୍...

ସାଫ୍‌ରେ ଓଡ଼ିଆ କ୍ରୀଡ଼ାବିତ୍‌ଙ୍କ ଚମକ

ଭୁବନେଶ୍ୱର, ୧୫।୯ (ତପନ ସ୍ବାଇଁ): ଚେନ୍ନାଇରେ ଶେଷ ହୋଇଥିବା ଜୁନିୟର ଦକ୍ଷିଣ ଏସୀୟ ଆଥ୍‌ଲେଟିକ୍ସ ଫେଡେରେଶନ୍‌ (ସାଫ୍‌) ଚାମ୍ପିୟନଶିପ୍‌ରେ ଭାରତ ଭଲ ପ୍ରଦର୍ଶନ କରିଛି। ମୋଟ...

ପାକିସ୍ତାନକୁ ହରାଇ ସେମିରେ ଭାରତ

ହୁଲୁନବୁଇର (ଚାଇନା), ୧୪।୯: ଏସିଆନ ପୁରୁଷ ଚାମ୍ପିୟନ୍ସ ଟ୍ରଫି ହକିରେ ଭାରତ କ୍ରମାଗତ ଚମତ୍କାର ପ୍ରଦର୍ଶନ କରିଆସୁଛି। ଶନିବାର ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ୨-୧ ଗୋଲ୍‌ରେ...

ଆଜିଠୁ କଳିଙ୍ଗରେ ଓଡ଼ିଶା ଏଫ୍‌ସିର ଅଭିଯାନ

ଭୁବନେଶ୍ୱର, ୧୪।୯ (ତପନ ସ୍ବାଇଁ): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ୨୦୨୩-୨୪ ଶୁକ୍ରବାର କୋଲକାତାରେ ଆରମ୍ଭ ହୋଇଛି। ଏହି ସମ୍ମାନଜନକ ଲିଗ୍‌ରେ ଭୁବନେଶ୍ୱରଭିତ୍ତିକ ଫ୍ରାଞ୍ଚାଇଜ୍‌ ଓଡ଼ିଶା...

ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ଚେନ୍ନାଇ ପହଞ୍ଚିଲେ ବିରାଟ, ସୁରକ୍ଷାକୁ ଦେଖିଲେ…, ଦେଖନ୍ତୁ ଭିଡିଓ

ଚେନ୍ନାଇ,୧୩।୯: ଭାରତୀୟ କ୍ରିକେଟ ଦଳର ଭେଟେରାନ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଶ୍ରୀଲଙ୍କା ବିପକ୍ଷ ଏକ ଦିବସୀୟ ସିରିଜ ପରେ ଲଣ୍ଡନ ଯାଇଥିଲେ, କିନ୍ତୁ ସେ ୧୯ତାରିଖରୁ...

ଭାରତର ୯୧ ବର୍ଷ ଟେଷ୍ଟ ଇତିହାସରେ ପ୍ରଥମଥର ଘଟିଲା ଏମିତି…

ଗ୍ରେଟର ନୋଏଡା,୧୩।୯: ଆଫଗାନିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଗ୍ରେଟର ନୋଏଡା ଟେଷ୍ଟକୁ ରଦ୍ଦ କରାଯାଇଛି। ଏପରିକି ଶୁକ୍ରବାର ଗୋଟିଏ ବି ବଲ ବୋଲିଂ କରାଯାଇପାରି ନାହିଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri