Categories: ଖେଳ

ସିନ୍ଧୁ ରନରଅପ୍‌

ମାଡ୍ରିଡ୍‌, ୩ା୪(ପି.ଟି.): ଭାରତର ପି.ଭି. ସିନ୍ଧୁ ଏଠାରେ ଚାଲିଥିବା ମାଡ୍ରିଡ୍‌ ସ୍ପେନ୍‌ ମାଷ୍ଟର୍ସ ସୁପର ୩୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ରନରଅପ୍‌ ହୋଇ ତାଙ୍କ ଅଭିଯାନ ଶେଷ କରିଛନ୍ତି। ରବିବାର ମହିଳା ସିଙ୍ଗଲ୍ସ ଫାଇନାଲରେ ସେ ବିଶ୍ୱର ୧୨ନମ୍ବର ଖେଳାଳି ଇଣ୍ଡୋନେସିଆର ଗ୍ରେଗୋରିଆ ମାରିକ୍ସ ଜୁନ୍‌ଜୁଙ୍ଗ୍‌ଙ୍କଠାରୁ ୮-୨୧, ୮-୨୧ ସେଟ୍‌ରେ ହାରିଯାଇଛନ୍ତି।

୫ ମାସ ଧରି ଇଞ୍ଜୁରି ସମସ୍ୟାରେ ରହିବା ପରେ ତାଙ୍କ ପ୍ରତ୍ୟାବର୍ତ୍ତନରେ ସିନ୍ଧୁ କେତୋଟି ଟୁର୍ନାମେଣ୍ଟର ପ୍ରଥମ ପର୍ଯ୍ୟାୟରୁ ବିଦାୟ ନେବା ଦ୍ୱାରା ଗତ ମଙ୍ଗଳବାର ପ୍ରକାଶିତ ର଼୍ୟାଙ୍କିଙ୍ଗ ତାଲିକା ଏଲିଟ୍‌ ଟପ୍‌ ଟେନ୍‌ରୁ ବାଦ୍‌ ପଡ଼ିଛନ୍ତି। ଟାଇଟଲ ଜିତିପାରି ନ ଥିଲେ ମଧ୍ୟ ଭାରତର ଏହି ଡବଲ୍‌ ଅଲିମ୍ପିକ ପଦକ ବିଜେତା ଫାଇନାଲ ପ୍ରବେଶ ପଥରେ ଗୋଟିଏ ହେଲେ ଗେମ୍‌ ଡ୍ରପ୍‌ କରି ନ ଥିଲେ। କୋରିଆର ପାର୍କ ତାଏ ସାଙ୍ଗ୍‌ ତାଙ୍କୁ ଛାଡ଼ି ଚାଲିଯିବା ପରେ ସିନ୍ଧୁ ବର୍ତ୍ତମାନ ବିଧି ଚୌଧାରୀଙ୍କ ଅଧୀନରେ ଟ୍ରେନିଂ ନେଉଛନ୍ତି।

 

Share