Categories: ଖେଳ

ଦ୍ୱିତୀୟ ରାଉଣ୍ଡରେ ସିନ୍ଧୁ, ଶ୍ରୀକାନ୍ତ

କୁଆଲାଲମ୍ପୁର,୨୫ା୫(ପି.ଟି.): ମାଲେସିଆ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ପି.ଭି. ସିନ୍ଧୁ ଓ କିଡାମ୍ବୀ ଶ୍ରୀକାନ୍ତ। ମହିଳା ସିଙ୍ଗଲ୍ସରେ ବୁଧବାର ଷଷ୍ଠ ସିଡେଡ୍‌ ସିନ୍ଧୁ କଡା ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଡେନ୍‌ମାର୍କର ଲାଇନ୍‌ କ୍ରିଷ୍ଟୋଫରସେନଙ୍କୁ ପରାସ୍ତ କରିଥିଲେ। ୧ ଘଣ୍ଟା ୨ ମିନିଟ ଧରି ଚାଲିଥିବା ମ୍ୟାଚକୁ ସିନ୍ଧୁ ୨୧-୧୩, ୧୭-୨୧ ଓ ୨୧-୧୮ରେ ଜିତି ନେଇଥିଲେ। ପୁରୁଷ ଭାରତୀୟ ସିଙ୍ଗଲ୍ସ ଖେଳାଳିଙ୍କ ମଧ୍ୟରେ କିଡାମ୍ବୀ ଶ୍ରୀକାନ୍ତ ୨୧-୧୨ ଓ ୨୧-୧୬ରେ ଟୋମା ଜୁନିୟର ପୋପୋଭଙ୍କୁ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ପରବର୍ତ୍ତୀ ରାଉଣ୍ଡରେ ସେ ଥାଇଲାଣ୍ଡର କୁନଲାଭୁଟ ଭିଟିଡସାର୍ନଙ୍କୁ ଭେଟିବେ।

Share