Categories: ଜାତୀୟ

କେଜ୍‌ରିଓ୍ବାଲ୍‌ଙ୍କୁ କଡ଼ା ଜବାବ ଦେଲେ ସିଙ୍ଗାପୁର ରାଜଦୂତ

ନୂଆଦିଲ୍ଲୀ,୧୯।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ୍‌ ସିଙ୍ଗାପୁରରେ ଏକ ନୂତନ କରୋନା ଷ୍ଟ୍ରେନ ସୃଷ୍ଟି ହୋଇଥିବା କଥା ମଙ୍ଗଳବାର କହିଥିଲେ। ତାଙ୍କ ଦାବିକୁ ନୂଆଦିଲ୍ଲୀରେ ଥିବା ସିଙ୍ଗାପୁର ଦୂତାବାସ ପ୍ରତ୍ୟାଖ୍ୟାନ କରିଛି। ଦୂତାବାସ ମଧ୍ୟ ଏହାର ଉତ୍ତରରେ ସିଙ୍ଗାପୁର ସ୍ବାସ୍ଥ୍ୟ ମନ୍ତ୍ରଣାଳୟକୁ ଏକ ବିବୃତ୍ତି ଦାଖଲ କରିଛି, ଯାହା ନୂତନ ଷ୍ଟ୍ରେନ ସମ୍ବନ୍ଧୀୟ ଖବରକୁ ଖାରଜ କରିଦେଇଛି। ସିଙ୍ଗାପୁରର ଦୂତାବାସ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ିୱାଲଙ୍କ ଟୁଇଟ୍‌କୁ ନେଇ ଲେଖିଛି ଯେ, ସିଙ୍ଗାପୁରରେ କରୋନାର ଏକ ନୂତନ ଷ୍ଟ୍ରେନ ମିଳିଥିବା କୌଣସି ସତ୍ୟତା ନାହିଁ। ସିଙ୍ଗାପୁରରେ ଫାଇଲୋଜେନେଟିକ ପରୀକ୍ଷଣରେ ଜଣାପଡିଛି ଯେ, କୋଭିଡ୍‌ର B.1.617.2 ଭାରିଏଣ୍ଟ ପିଲାମାନଙ୍କୁ ହେବା ଅଧିକ ଆଶଙ୍କା ରହିଛି।
ଏହାପୂର୍ବରୁ ମଙ୍ଗଳବାର କେଜ୍‌ରିୱାଲ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ ଯେ ସିଙ୍ଗାପୁର ସହିତ ସମସ୍ତ ବିମାନ ସେବାକୁ ତୁରନ୍ତ ବାତିଲ କରନ୍ତୁ। ସେଠାରେ ବାହାରିଥିବା କରୋନାର ଏକ ନୂତନ ରୂପ ପିଲାମାନଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ ବୋଲି ବର୍ଣ୍ଣନା କରାଯାଇଛି। କେଜ୍‌ରିଓ୍‌ବାଲ ଆଶଙ୍କା ବ୍ୟକ୍ତ କରିଛନ୍ତି ଯେ, ଏହି ନୂତନ ଭାଇରସ ଭାରତକୁ ତୃତୀୟ ଲହର ଭାବେ ଆସିପାରେ।

Share