କରୋନା ଆତଙ୍କ: ନୂଆ ଭାରିଆଣ୍ଟରେ ସଂକ୍ରମିତ ହେଲେଣି ୨ହଜାରରୁ ଅଧିକ ଲୋକ

ସିଙ୍ଗାପୁର,୬।୧୦: କରୋନାର କରାଳ ରୂପ ଏପର୍ଯ୍ୟନ୍ତ ଥମି ନାହିଁ। କରୋନା ପୁଣି ଥରେ ସିଙ୍ଗାପୁରରେ ଆତଙ୍କ ସୃଷ୍ଟି କରିଛ। ପ୍ରତିଦିନ ଏଠାରେ ୨୦୦୦ମାମଲା ସାମ୍ନାକୁ ଆସୁଛି।
ସିଙ୍ଗାପୁରର ସ୍ବାସ୍ଥ୍ୟମନ୍ତ୍ରୀ ଓଙ୍ଗ ୟେ କୁଙ୍ଗ ଶୁକ୍ରବାର ଚେତାବନୀ ଦେଇଛନ୍ତି, ଦେଶ କୋଭିଡ-୧୯ର ଆଉ ଏକ ତରଙ୍ଗର ସମ୍ମୁଖୀନ ହୋଇଛ। ଆସନ୍ତା ସପ୍ତାହରେ ଆହୁରି ଅଧିକ ଲୋକ ଏଥିରେ ସଂକ୍ରମିତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେବେ। ଓଙ୍ଗ କହିଛନ୍ତି, ତିନି ସପ୍ତାହ ପୂର୍ବରୁ ଦୈନିକ ପ୍ରାୟ ଏକ ହଜାର ମାମଲା ରିପୋର୍ଟ କରାଯାଉଥିବାବେଳେ ଗତ ଦୁଇ ସପ୍ତାହ ମଧ୍ୟରେ ଦୈନିକ ୨ହଜାରରୁ ଅଧିକ ଲୋକ ସଂକ୍ରମିତ ହେଉଛନ୍ତି।

ସିଙ୍ଗାପୁରରେ ସମ୍ପ୍ରତି ରିପୋର୍ଟ ହୋଇଥିବା କୋଭିଡ ମାମଲାରେ ଅଧିକାଂଶ ରୋଗ ଦୁଇଟି ଭାରିଆଣ୍ଟ ଯଥା ଇଜି ୫ ଓ ଏଚକେ୩ ଦ୍ୱାରା ସଂକ୍ରମିତ ହେଉଛନ୍ତି। ଉଭୟ ଏକ୍ସବିବି ଓମିକ୍ରନ ଭାରିଆଣ୍ଟରୁ ଆସିଛି।

Share