ଅର୍ଥମନ୍ତ୍ରୀରୁ ହେବେ ପ୍ରଧାନମନ୍ତ୍ରୀ

ସିଙ୍ଗାପୁର,୧୪।୪: ସିଙ୍ଗାପୁରର ଅର୍ଥମନ୍ତ୍ରୀ ଥିବା ଲରେନ୍ସ ଓଙ୍ଗ୍‌ଙ୍କୁ ଗୁରୁବାର ପ୍ରଧାନମନ୍ତ୍ରୀ ଲି ସିଏନ୍‌ ଲୁଙ୍ଗ୍‌ଙ୍କ ଉତ୍ତରାଧିକାରୀ ଚୟନ କରାଯାଇଛି। ସେ ଶାସକ ପିପୁଲ୍ସ ଆକ୍ସନ ପାର୍ଟି (ପିଏପି) ୪ଜି ଟିମ୍‌ ନେତା ହେବାକୁ ଯାଉଛନ୍ତି। ୪୯ ବର୍ଷୀୟ ଓଙ୍ଗ୍‌ଙ୍କୁ ଚତୁର୍ଥ ପିଢ଼ିର ନେତା ଚୟନକୁ କ୍ୟାବିନେଟ ଅନୁମୋଦନ କରିଥିବା ଲି ଏକ ବିବୃତିରେ କହିଛନ୍ତି। ନିଷ୍ପତ୍ତିକୁ ସରକାରୀ ଦଳର ସମସ୍ତ ଏମ୍‌ପି ସମର୍ଥନ ଜଣାଇଛନ୍ତି। ଉପପ୍ରଧାନମନ୍ତ୍ରୀ ଥିବା ହେଙ୍ଗ ସ୍ବି କିଟ୍‌ ୪ଜି ଟିମ୍‌ ନେତା ଦୌଡ଼ରେ ସାମିଲ ହେବେ ନାହିଁ ବୋଲି ଗତବର୍ଷ ଘୋଷଣା କରି ଜଣେ ଯୁବନେତାଙ୍କୁ ପ୍ରଧାନମନ୍ତ୍ରୀ ଲି’ଙ୍କ ଉତ୍ତରାଧିକାରୀ ଚୟନ କରିବା ଲାଗି ପଥ ପରିଷ୍କାର କରିଦେଇଥିଲେ।

Share