ଗୁରୁବାର ସିଙ୍ଗାପୁରର ୯ମ ରାଷ୍ଟ୍ରପତି ଭାବେ ଶପଥ ନେବେ ଥରମାନ୍‌ ଶାନମୁଗରତ୍ନମ

ସିଙ୍ଗାପୁର,୧୩।୯: ସିଙ୍ଗାପୁରରେ ରାଷ୍ଟ୍ରପତି ନର୍ବାଚନରେ ଜିତିଥିବା ଭାରତୀୟ ବଂଶୋଭବ ସିଙ୍ଗାପୁର ଜନ୍ମିତ ଅର୍ଥନୀତିଜ୍ଞ ଥରମାନ୍‌ ଶାନମୁଗରତ୍ନମ ସେପ୍ଟେମ୍ବର ୧୪ ଅର୍ଥାତ୍‌ ଗୁରୁବାର ସିଙ୍ଗାପୁରର ୯ମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ। ସୂଚନାଯୋଗ୍ୟ, ଥରମାନ୍‌ ଶାନମୁଗରତ୍ନମ ୭୦.୪ ପ୍ରତିଶତ ଭୋଟ ସହିତ ଏକ ବଡ଼ ବିଜୟ ହାସଲ କରିଥିଲେ।

ବିଦାୟୀ ରାଷ୍ଟ୍ରପତି ହଲିମା ୟାକୁବଙ୍କ କାର୍ଯ୍ୟକାଳ ୧୩ ସେପ୍ଟେମ୍ବରରେ ଶେଷ ହେଉଛି। ଏଭଳି ପରିସ୍ଥିତିରେ ଭାରତୀୟ ବଂଶୋଭବ ଥରମାନ୍‌ ଶାନମୁଗରତ୍ନମ ସେପ୍ଟେମ୍ବର ୧୪ରୁ ରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିବେ। ସିଙ୍ଗାପୁରରେ ନିର୍ବାଚିତ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ୬ବର୍ଷ ଅଟେ।

Share