Categories: ଫୁରସତ

ସିଙ୍ଗାପୁର ପାସ୍‌ପୋର୍ଟ ସବୁଠୁ ଶକ୍ତିଶାଳୀ

ସିଙ୍ଗାପୁର: ହେନେଲି ପାସ୍‌ପୋର୍ଟ ଇଣ୍ଡେକ୍ସ ମଙ୍ଗଳବାର ସିଙ୍ଗାପୁର ପାସ୍‌ପୋର୍ଟକୁ ବିଶ୍ୱର ସବୁଠୁ ଶକ୍ତିଶାଳୀ ଭାବେ ସ୍ଥାନିତ କରିଛି। ଯେଉଁଥିରେ ୨୨୭ରୁ ୧୯୨ ଭିଜାମୁକ୍ତ ଗନ୍ତବ୍ୟସ୍ଥଳକୁ ଯିବାକୁ ଅନୁମତି ରହିଛି। ୩ ୟୁରୋପିଆନ୍‌ ଦେଶ ଇଟାଲୀ, ଜର୍ମାନୀ, ସ୍ପେନ୍‌ର ପାସ୍‌ପୋର୍ଟରେ ଭିଜାମୁକ୍ତ ଗନ୍ତବ୍ୟସ୍ଥଳ ଭାବେ ୧୯୦ରୁ ଗୋଟିଏ ସ୍ଥାନ ଉପରକୁ ଉଠିଛି। ଏଥିସହ ଏହି ୩ ୟୁରୋପିଆନ୍‌ ଦେଶ ୨ୟ ସ୍ଥାନକୁ ଖସିଛି। ୫ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଜାପାନ ଶୀର୍ଷ ସ୍ଥାନରୁ ବାଦ୍‌ ପଡ଼ିଛି। କାରଣ ଜାପାନର ଭିଜାରେ ମୋଟ ୧୮୯ ଦେଶକୁ ଯିବାକୁ ଭିଜାମୁକ୍ତ ଅନୁମତି ରହିଛି। ପ୍ରାୟ ଏକ ଦଶନ୍ଧି ପୂର୍ବରୁ ଶୀର୍ଷ ସ୍ଥାନରେ ରହୁଥିବା ଆମେରିକା ୮ମ ସ୍ଥାନକୁ ଖସିଆସିଥିଲା। ଯେଉଁଥିରେ ମୋଟ ୧୮୪ ସ୍ଥାନକୁ ଯିବାକୁ ଭିଜାମୁକ୍ତ ଅନୁମତି ରହିଛି, ଯାହା ଲିଥୁଆନିଆ ସହ ସମାନ ହୋଇଛି। ବ୍ରିଟେନ୍‌ ପାସପୋର୍ଟରେ ମୋଟ ୧୮୮ ଭିଜାମୁକ୍ତ ଦେଶ ପାଇଁ ଅନୁମତି ପାଇ ୪ର୍ଥ ସ୍ଥାନକୁ ୨୦୧୭ରେ ଖସିଥିଲା। ଏହି ରେସ୍‌ରେ ଆଫଗାନିସ୍ତାନ ସବୁଠୁ ତଳେ ରହିଛି, ଯାହାର ପାସ୍‌ପୋର୍ଟରେ ମୋଟ ୨୭ଟି ଭିଜାମୁକ୍ତ ଗନ୍ତବ୍ୟସ୍ଥଳକୁ ଯିବାକୁ ଅନୁମତି ରହିଛି। ଏହା ପରେ ଇରାକ ୨୯ରେ ଏବଂ ସିରିଆ ୩୦ରେ ରହିଛି। ତେବେ ଗତବର୍ଷ ସିଙ୍ଗାପୁର ୨୩ହଜାର ୧୦୦ ଲୋକଙ୍କୁ ଦେଶର ନାଗରିକତ୍ୱ ପ୍ରଦାନ କରିଛି।

Share