କରୋନା ସମୟରେ ସନ୍ତାନ ପ୍ରସବ କଲେ ମିଳିବ ଟଙ୍କା

କରୋନା ଜୀବାଣୁ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଛି। ଏହି ପରିସ୍ଥିତିରେ, ଏମିତି ଏକ ଦେଶ ଅଛି, ଯେଉଁଠି ନାଗରିକମାନଙ୍କୁ ସନ୍ତାନ ପ୍ରସବ ପାଇଁ ପ୍ରୋତ୍ସାହନ ଦେବାକୁ ନିଷ୍ପତ୍ତି ନେଇଛି। ମହାମାରୀ ସମୟରେ ଲୋକେ ମାତାପିତା ନିଷ୍ପତ୍ତିକୁ ସ୍ଥଗିତ ରଖିଥିବାରୁ ସରକାର ଏଭଳି ଘୋଷଣା କରାଯାଇଛି। ସିଙ୍ଗାପୁରର ଜଣେ ଅଧିକାରୀ କହିଛନ୍ତି ଯେ ସେହି ପିତାମାତାଙ୍କୁ ବୋନସ ପ୍ରଦାନ କରିଯିବ, ଯେଉଁମାନେ କରୋନା ଯୋଗୁ ପ୍ରସବ ଯୋଜନାକୁ ସ୍ଥଗିତ ରଖିଛନ୍ତି। ସିଙ୍ଗାପୁରର ଉପମୁଖ୍ୟମନ୍ତ୍ରୀ ହେଙ୍ଗ ସ୍ବି କେଟ୍‌ କହିଛନ୍ତି ଯେ, ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ମାତାପିତା ହେବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ଲୋକ କିମ୍ବା ଆର୍ଥିକ ଦୃଷ୍ଟିକୋଣରୁ ଦୁର୍ବଳ ଲୋକଙ୍କୁ ପ୍ରସବ ପାଇଁ ପ୍ରୋତ୍ସାହନ ଦିଆଯିବ। ସେ କହିଛନ୍ତି ଯେ ଏଭଳି ଲୋକଙ୍କୁ ସହାୟତା ପ୍ରଦାନ ଉପରେ ସରକାର ଧ୍ୟାନ ଦେବେ। ସିଙ୍ଗାପୁରରେ ଜନ୍ମ ହାର ସର୍ବନିମ୍ନ ଏବଂ ସରକାର ଏହି ସଂଖ୍ୟା ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି। ସୂଚନାଯୋଗ୍ୟ, ନିକଟରେ ସିଙ୍ଗାପୁରରେ ୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛି। ଦେଶରେ ବର୍ତ୍ତମାନ ସୁଦ୍ଧା ୫୭,୦୦୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୭ ଜଣଙ୍କ ମୃତ୍ୟୁ ଘଟିଛି। ସିଙ୍ଗାପୁରକୁ ବିଶ୍ୱର ସର୍ବନିମ୍ନ କରୋନା ଜୀବାଣୁ ମୃତ୍ୟୁ ଦେଶ ଭାବେ ଘୋଷିତ କରାଯାଇଥିଲା।

 

Share