ସିଙ୍ଗାପୁର,୨୬ା୪ : ନିଶା ଚୋରା କାରବାର ମାମଲାରେ ଦୋଷୀସାବ୍ୟସ୍ତ ହୋଇଥିବା ଭାରତୀୟ ବଂଶୋଦ୍ଭବ ଟାଙ୍ଗାରାଜୁ ସୁପିଆଙ୍କୁ ସିଙ୍ଗାପୁର ସରକାର ବୁଧବାର ଫାଶୀ ଦେବାକୁ ଯାଉଛି। ମୃତ୍ୟୁଦଣ୍ଡକୁ ବିରୋଧ କରୁଥିବା ପ୍ରମୁଖ ବ୍ୟକ୍ତିମାନେ ଫାଶୀ ରୋକିବା ଲାଗି କରିଥିବା ଅନୁରୋଧକୁ ସିଙ୍ଗାପୁର ସରକାର ଅଗ୍ରାହ୍ୟ କରିଦେଇନ୍ତି। ୨୦୧୪ରେ ସିଙ୍ଗାପୁରକୁ ୧ କିଲୋଗ୍ରାମ ଗଞ୍ଜେଇ ଚାଲାଣ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗରେ ଟାଙ୍ଗାରାଜୁଙ୍କୁ ଗିରଫ କରାଯାଇଥିଲା। ୨୦୧୮ ଅକ୍ଟୋବର ୯ରେ ତାଙ୍କୁ ଅଦାଲତ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ। ବ୍ରିଟେନ୍ର ବିଲିଅନେୟାର ରିଚାର୍ଡ ବ୍ରାନ୍ସନ, ୟୁରୋପୀୟ ସଂଘର ପ୍ରତିନିଧି ଏବଂ ଅଷ୍ଟ୍ରେଲିଆ ଏମ୍ପି ଗ୍ରାହାମ ପେରେଟ୍ଟ ଅଭିଯୁକ୍ତ ଟାଙ୍ଗାରାଜୁଙ୍କ ଫାଶୀଦଣ୍ଡକୁ ବିରୋଧ କରିଥିଲେ।