ଇନ୍ଦିରାଙ୍କୁ ମହାତ୍ମା ଗାନ୍ଧୀଙ୍କଠାରୁ ଅଧିକ ସମ୍ମାନ କରେ, କାରଣ ସେ ବାଲାଂଦେଶ କରିଛନ୍ତି: ଅଭିଜିତ

ମୁମ୍ବାଇ: ବଲିଉଡର ଖ୍ୟାତନାମା ଗାୟକ ଅଭିଜିତ ଭଟ୍ଟାଚାର୍ଯ୍ୟ ପୁଣି ଥରେ ନିଜର ବୟାନକୁ ନେଇ ଚର୍ଚ୍ଚାରେ। ସଲମାନଙ୍କଠାରୁ ଆରମ୍ଭ କରି ଶାହାରୁଖ ଖାନଙ୍କ ପର୍ଯ୍ୟନ୍ତ ତାଙ୍କ କଟାକ୍ଷରୁ ବର୍ତ୍ତି ନାହାନ୍ତି। ଏବେ ସେ ମହାତ୍ମା ଗାନ୍ଧୀଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି। ଏଏନ୍‌ଆଇର ପୋଡକାଷ୍ଟରେ ଅଭିଜିତ କହିଛନ୍ତି ଯେ ମହାତ୍ମାଙ୍କଠାରୁ ଅଧିକ ଇନ୍ଦିରା ଗାନ୍ଧୀଙ୍କୁ ସମ୍ମାନ କରେ। କାରଣ ସେ ବାଲାଂଦେଶ କରିଛନ୍ତି।

ଅଭିଜିତ କହିଛନ୍ତି, ଯଦି କେହି ଗୋଟିଏ ଗାଲକୁ ଚାପୁଡ଼ା ମାରେ ତେବେ ଆଉ ଗୋଟିଏ ଗାଲ ଦେଖାଇ ଦିଅ। ଏହା ଆମକୁ କିଏ ଶିଖାଇଲା। ଯଦି କେହି ତୁମ ବାପାଙ୍କ ଗାଲକୁ ଚାପୁଡ଼ା ମାରିଦିଏ, ତେବେ କ’ଣ ତୁମେ ଆଉ ଗୋଟିଏ ଗାଲ ଆଗକୁ ଆଣିବାକୁ ବାପାଙ୍କୁ କହିବ। ଏଭଳି କ’ଣ ପିଲାଙ୍କୁ ତୁମେ ଶିଖାଉଛ। ପାକିସ୍ତାନର ଜାତୀୟ ପିତା କିଏ? ମହମ୍ମଦ ଅଲ୍ଲୀ ଜିନ୍ନା ନୁହନ୍ତି। ପାକିସ୍ତାନ ହୋଇଛି, ତେବେ କିଏ ତାକୁ କରିଛି? ପାକିସ୍ତାନ ତ ନ ଥିଲା।୧୯୪୭ରେ ହୋଇଥିଲା। ଭାରତ ତ ପୂର୍ବରୁ ବଡ଼ ଥିଲା। ସମସ୍ତେ ମହାତ୍ମା ଗାନ୍ଧୀଙ୍କୁ ଜାତୀୟ ପିତା କହୁଛନ୍ତି। ଆମେ କିଭଳି କାହାକୁ ବି ପିତା ଭାବିନେବୁ। ଗାନ୍ଧୀ ହିଁ ପାକିସ୍ତାନକୁ କରିଛନ୍ତି ଏବଂ ଇନ୍ଦିରା ଗାନ୍ଧୀ ବାଲାଂଦେଶ କରିଛନ୍ତି, ଯାହାକି ବହୁତ ଭଲ। ମୁୂଁ ମହାତ୍ମା ଗାନ୍ଧୀଙ୍କଠାରୁ ଅଧିକ ଇନ୍ଦିରାଙ୍କୁ ମାନିଥାଏ। ଏହାଛଡ଼ା ମହାତ୍ମା ଗାନ୍ଧୀ ଭାରତକୁ ନୁହେଁ ବରଂ ପାକିସ୍ତାନର ନିର୍ମାଣ କରିଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାରୱଡି ଯୁବାମଞ୍ଚର ଶପଥ ଗ୍ରହଣ ସମାରୋହ

ପଦ୍ମପୁର,୨୨।୪ (ପ୍ରଦୀପ୍ତ ଦାଶ): ସ୍ଥାନୀୟ ମାରୱାଡି ଧର୍ମଶାଳା ପଦ୍ମପୁର ଠାରେ ମାରୱାଡି ଯୁବାମଞ୍ଚର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି...

ମୋଦିଙ୍କ ଆପ୍ରୁଭାଲ୍‌ ରେଟିଂ ଦେଖି ଇର୍ଷା କରୁଛନ୍ତି ଆମେରିକାର ଉପରାଷ୍ଟ୍ରପତି: କହୁ କହୁ କହିଦେଲେ…

ଜୟପୁର,୨୨।୪: ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ରାଜସ୍ଥାନର ଜୟପୁରରେ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଥିଲେ। ଏହି ଅବସରରେ ସେ ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କକୁ...

ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ ୩ ଗିରଫ: ୨ ବନ୍ଧୁକ ଜବତ

ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ମଙ୍ଗଳବାର ବେଆଇନ ବନ୍ଧୁକ ରଖିବା ଏବଂ ସହଯୋଗ କରିବା ଅଭିଯୋଗରେ ୩ ଜଣକୁ ଗିରଫ କରିଛି। ସେମାନେ...

ବେଲବାହାଳିରେ ବାଘ ଆତଙ୍କ

ଆନନ୍ଦପୁର,୨୨।୪(ସୁଶାନ୍ତ କୁମାର ସାହୁ ): ବାଘ ଆତଙ୍କରେ ଆତଙ୍କିତ ଗ୍ରାମବାସୀ। ବନ ବିଭାଗର ତଦନ୍ତ ଆରମ୍ଭ। ଆନନ୍ଦପୁର ବନଖଣ୍ଡ ଅଧୀନ ବେଲବାହାଳି ଗାଁରୁ ଟୋଲଙ୍କପଡା ଯିବା...

ଅସହ୍ୟ ହେଉଛି ତାତି: ଦୁଇ ଦିନରେ ସ୍କୁଲ ବନ୍ଦ ନିଷ୍ପତ୍ତି

ଭୁବନେଶ୍ୱର,୨୨।୪: ରାଜ୍ୟରେ ଅସହ୍ୟ ହେଉଛି ତାତି। ତେଣୁ କେବେ ସ୍କୁଲ ଛୁଟି ଘେଷଣା ହେବ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ...

ମିଶନ ଶକ୍ତି ପୁନର୍ଗଠନ ବିଜ୍ଞପ୍ତିରେ ଲାଗିଲା ରୋକ

ପାଟଣା, ୨୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ବୈତରଣୀ ମିଶନ ଶକ୍ତି ଫେଡରେଶନ ପକ୍ଷରୁ କାର୍ଯ୍ୟରତ ମହିଳାମାନେ ସରକାରଙ୍କ ଜାନୁୟାରୀ ୨୨ର ବିଜ୍ଞପ୍ତି ବିରୋଧରେ ହାଇକୋର୍ଟର ଦ୍ବାରସ୍ଥ...

କିଏ ସେହି ଶକ୍ତି ଦୁବେ: ଯିଏ ହେଲେ UPSC ଟପ୍ପର, ଜାଣନ୍ତୁ କେମିତି ଥିଲା ତାଙ୍କ ଯାତ୍ରା

ପ୍ରୟାଗରାଜ,୨୨।୪: ୟୁନିଅନ ପବ୍ଲିକ ସର୍ଭିସ କମିଶନ (UPSC) ସିଭିଲ ସର୍ଭିସ ପରୀକ୍ଷାର ଚୂଡ଼ାନ୍ତ ଫଳାଫଳ ଆଜି ପ୍ରକାଶ ପାଇଛି। ଶକ୍ତି ଦୁବେ UPSC ସିଭିଲ ସର୍ଭିସେସ...

୧୬୦୦ କୋଟିର ମେଗା ପ୍ରକଳ୍ପ ସମୀକ୍ଷା କଲେ ସିଡିଓ: ଏଯାଏ ହୋଇନାହିଁ ପାଣି ଉଠାଇବା ସ୍ଥାନ ଚହ୍ନଟ

ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ବିଭାଗ ଅଧୀନରେ ପ୍ରାୟ ୧୬୦୦ କୋଟି ଟଙ୍କା ବ୍ୟୟରେ ମେଗା ପାନୀୟ ଜଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image