ଡିସେମ୍ବରରେ ବିବାହ ବନ୍ଧନରେ ବାନ୍ଧି ହେବେ ଆଦିତ୍ୟ

ମୁମ୍ବାଇ: କଣ୍ଠଶିଳ୍ପୀ ଉଦିତ୍‌ ନାରାୟଣଙ୍କ ପୁଅ ତଥା କଣ୍ଠଶିଳ୍ପୀ ଆଦିତ୍ୟ ନାରାୟଣ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଡିସେମ୍ବରରେ ଅଭିନେତ୍ରୀ ଶ୍ୱେତା ଅଗ୍ରଓ୍ବାଲଙ୍କୁ ସେ ନିଜର ଜୀବନ ସାଥୀ କରିବାକୁ ଯାଉଛନ୍ତି। ଏନେଇ ଇନ୍‌ଷ୍ଟାଗ୍ରାମରେ ଆଦିତ୍ୟ ନାରାୟଣ ଘୋଷଣା କରିଛନ୍ତି। ଇନ୍‌ଷ୍ଟଗ୍ରାମରେ ଆଦିତ୍ୟ ଶ୍ୱେତାଙ୍କ ସହ ଏକ ଫଟୋ ଶେୟାର କରି କ୍ୟାପସନରେ ଏକ ପ୍ରେମଭରା ବାର୍ତ୍ତା ଲେଖିଛନ୍ତି। ୧୧ବର୍ଷ ପୂର୍ବରୁ ଶ୍ୱେତାଙ୍କୁ ପାଇ ନିଜକୁ ଭାଗ୍ୟଶାଳୀ ମନେ କରିଛନ୍ତି ଆଦିତ୍ୟ। ଶେଷରେ ଦୁଇଜଣ ବିବାହ କରିବାକୁ ଯାଉଛୁ ବୋଲି ସେ କହିଛନ୍ତି। ଆହୁରି ମଧ୍ୟ ସେ ଲେଖିଛନ୍ତି, ଆଗକୁ ବିବାହ ଥିବାରୁ ପ୍ରସ୍ତୁତି ପାଇଁ ବ୍ୟସ୍ତ ରହିବି। ତେଣୁ କିଛି ସମୟ ଲାଗି ସୋସିଆଲ ମିଡିଆରୁ ବିରତି ନେଇଛି ବୋଲି ଆଦିତ୍ୟ କହିଛନ୍ତି। ସୂଚନା ମୁତାବକ ୨୦୧୦ରେ ହରର ଫିଲ୍ମ ‘ଶାପିତ’ର ସେଟ୍‌ରେ ପ୍ରଥମ ଥର ଆଦିତ୍ୟ ଓ ଶ୍ୱେତାଙ୍କ ସାକ୍ଷାତକାର ହୋଇଥିଲା। ଏହାପରେ ଦୁହେଁ ଦୁହିଁଙ୍କୁ ଡେଟ୍‌ କରିଥିଲେ।

Share