ମୋ ଝିଅ ମୋ ପାଇଁ ଲକି ଚାର୍ମ: ଆତିଫ ଅସଲମ

ମୁମ୍ବାଇ: ପ୍ଲେ ବ୍ୟାକ ସିଙ୍ଗର ଆତିଫ ଅସଲମ ମ୍ୟୁଜିକ ଓ୍ବାର୍ଲଡରେ ୨୦ବର୍ଷର ଏକ ଦୀର୍ଘ ଯାତ୍ରା ଶେଷ କରିଛନ୍ତି । ଗ୍ଲୋବାଲ ସିଙ୍ଗିଙ୍ଗ ଆଇଡଲ ଭାବରେ ପ୍ରସିଦ୍ଧ ଆତିଫ ଅସଲମ ତାଙ୍କର ଉତ୍କୃଷ୍ଟ ଗୀତ ସହିତ ଦର୍ଶକଙ୍କର ଖୁବ ମନୋରଞ୍ଜନ କରିଛନ୍ତି।
ଗାୟକ ଖୁବ ଶୀଘ୍ର ନର୍ଥ ଆମେରିକାରେ ତାଙ୍କର ମ୍ୟୁଜିକାଲ ଟୁର କରିବାକୁ ଯାଉଛନ୍ତି। ଏପଟେ ପ୍ରଶଂସକମାନେ ସେମାନଙ୍କର ପ୍ରିୟ ତାରକାଙ୍କୁ ଲାଇଭ ପରଫଣମାନ୍ସରେ ଦେଖିବାକୁ ଅପେକ୍ଷା ରଖିଛନ୍ତି। ଏହି ଟୁର୍‌ ବିଷୟରେ କଥାବାର୍ତ୍ତା କରୁଥିବାବେଳେ ସିଙ୍ଗର ନିଜର ଖୁସି ବ୍ୟକ୍ତ କରିଛନ୍ତ।
ସେ କହିଛନ୍ତି, ମୁଁ ୨୦ ବର୍ଷ ପୂର୍ବେ ସଙ୍ଗୀତ ଜଗତରେ ମୋର କ୍ୟାରିୟର ଆରମ୍ଭ କରିଥିଲି ଏବଂ ନିଜର ପରିଚୟ ସୃଷ୍ଟି କରିବା ଏବଂ ବିଶ୍ୱର ଲୋକଙ୍କ ସହ ଯୋଡିହେବା ପାଇଁ ଏହା ଏକ ଭଲ ଉପାୟ। ୨୦୦୩ ରୁ ୨୦୨୩ ପର୍ଯ୍ୟନ୍ତ ମ୍ୟୁଜିକ ଇଣ୍ଡଷ୍ଟ୍ରି ବହୁତ ବିକଶିତ ହୋଇଛି। କିନ୍ତୁ ମୋର ପ୍ରଶଂସକମାନେ କ୍ରମାଗତ ଭାବରେ ମୋ ସହିତ ରହିଛନ୍ତି। ଏହି ଯାତ୍ରା ମୋ ପାଇଁ ଏକ ମାଇଲଖୁଣ୍ଟ । ମୁଁ ଏଠାରେ ଲାଇଭ ପ୍ରଦର୍ଶନ କରିବାକୁ ବହୁତ ଉତ୍ସାହିତ ଅଛି।
ଗାୟକ ଆହୁରି କହିଛନ୍ତି ଯେ ‘ଚଳିତ ବର୍ଷ ମୋ ପାଇଁ ବହୁତ ଭଲ ପ୍ରମାଣିତ ହୋଇଛି। ମୋ ଝିଅର ଜନ୍ମ ପାଇଁ ଧନ୍ୟବାଦ। ଏହା ମୋର ସଙ୍ଗୀତ କ୍ୟାରିୟରକୁ ଅନେକ ଆଶୀର୍ବାଦ ଏବଂ ଭାଗ୍ୟ ଆଣିଛି। ଏହି ବର୍ଷ ମୋର ଏବଂ ମୋ ପ୍ରଶଂସକଙ୍କ ପାଇଁ ଏକ ହଲମାର୍କ ବର୍ଷ ପାଲଟିଛି, ଯାହା ପାଇଁ ମୁଁ ଅତ୍ୟଧିକ କୃତଜ୍ଞ।

Share