ଗାୟିକା କୋକୋ ଲିଙ୍କ ପରଲୋକ…

ହଂକଂ,୬।୭ : ହଂକଂର ଗାୟିକେ କୋକୋ ଲିଙ୍କର ପରଲୋକ ହୋଇଛି। କୋକୋ ଲିଙ୍କ ଭଉଣୀମାନେ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ପ୍ରକାଶ କରିଛନ୍ତି ସେ ଆତ୍ମହତ୍ୟା ଉଦ୍ୟମ କରିବା ପରେ କୋମାରେ ରହିଥିଲେ।

କୋକୋ ଲିଙ୍କ ଭଉଣୀ କାରୋଲ ଏବଂ ନାନସୀ କହିଛନ୍ତି ଲି କିଛି ବର୍ଷ ହେବ ଡିପ୍ରେସନରେ ପୀଡିତ ଥିଲେ ଏବଂ ରବିବାର ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ସେ କୋମାରେ ରହିଥିଲେ ବୁଧବାର ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୪୮ ବର୍ଷ ହୋଇଥିଲା।

ତାଙ୍କର ପ୍ରାୟ ୩୦ ବର୍ଷର ଏକ ଗୀତ କ୍ୟାରିଅର୍‌ ଅଛି। ପାଶ୍ଚାତ୍ୟ ହିପ-ହପ ସହିତ ଆର ଆଣ୍ଡ ବି ଧ୍ୱନିରେ ତାଙ୍କର ମିଶ୍ରଣ ତାଙ୍କୁ ଅପାର ଲୋକପ୍ରିୟତା ଆଣି ଦେଇଥିଲା। ରିପୋର୍ଟ ଅନୁଯାୟୀ, ଲି ହଂକଂରେ ଜନ୍ମଗ୍ରହଣ କରିଥିଲେ ଏବଂ ସାନ ଫ୍ରାନ୍ସିସ୍କୋରେ ବଢ଼ିଥିଲେ।

କାରୋଲ ଏବଂ ନାନସୀ ଏକ ପୋଷ୍ଟରେ ଲେଖିଛନ୍ତି ଲିଙ୍କ ସଫଳତାକୁ ଦର୍ଶାଇ ଗତ ୨୯ବର୍ଷ ମଧ୍ୟରେ ଲି ସର୍ବଶ୍ରେଷ୍ଠ ବିକ୍ରୟ ଗୀତ ସହିତ ଅଗଣିତ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା ଲାଭ କରିଛନ୍ତି ଏବଂ ଲାଇଭ ସୋ ମାଧ୍ୟମରେ ଦର୍ଶକଙ୍କୁ ପ୍ରଭାବିତ କରିଛନ୍ତି। ଆମେ ସେଥି ପାଇଁ ଗର୍ବିତ।

Share