Advertisement
Categories: ଜାତୀୟ

ପଦ୍ମ ଧରିଲେ ଗାୟକ ଦଲେର ମେହନ୍ଦି

ନୂଆଦିଲ୍ଲୀ,୨୬।୪: ବଲିଉଡ୍‌ ନାୟକ ନାୟିକାଙ୍କ ପରେ ଏବେ ଜଣେ ଗାୟକ ରାଜନୀତିରେ ପାଦ ରଖିଛନ୍ତି। ଶୁକବ୍ରାର ଗାୟକ ଦଲେର ମେହେନ୍ଦି ଭାଜପାରେ ସାମିଲ ହୋଇଛନ୍ତି। ଉତ୍ତର ପୂର୍ବ ଦିଲ୍ଲୀର ଭାଜପା ପ୍ରାର୍ଥୀ ହଂସ ରାଜ ହଂସ ଓ କେନ୍ଦ୍ରମନ୍ତ୍ରୀ ବିଜୟ ଗୋଏଲଙ୍କ ଉପସ୍ଥିତିରେ ଦଲେର ଭାଜପା ହାତ ଧରିଛନ୍ତି। ମୂଳତଃ ସେ ଜଣେ ପଞ୍ଜାବୀ ଗାୟକ ହୋଇଥିବାରୁ ଦଲେର ପଞ୍ଜାବରୁ ନିର୍ବାଚନ ଲଢିପାରନ୍ତି ବୋଲି ଅନୁମାନ କରାଯାଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share