ସଲମାନଙ୍କୁ ଭାଇ ଡାକିବା ପଡ଼ିଲା ମହଙ୍ଗା: ଆତଙ୍କବାଦୀ ଲରେନ୍ସ ଗ୍ରୁପ୍‌ ଟାର୍ଗେଟରେ ପଞ୍ଜାବୀ ଗାୟକ

ବମ୍ବେ: ଆତଙ୍କବାଦୀଙ୍କ ଟାର୍ଗେଟରେ ପଞ୍ଜାବର ଲୋକପ୍ରିୟ ଗାୟିକା ଗିପ୍ପି ଗ୍ରଓ୍ବୋଲଙ୍କ। କାନାଡ଼ାରେ ଥିବା ତାଙ୍କ ଘର ବାହାରେ ଶନିବାର ରାତିରେ ଜୋରଦାର୍‌ ଫାୟାରିଂ ହୋଇଥିଲା। ଏଥିରେ ତାଙ୍କ ପରିବାର ଭୟଭୀତ ଅବସ୍ଥାରେ ଅଛନ୍ତି। କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଶ୍ନୋଇର ଗ୍ରୁପ୍‌ ଏହି ଆକ୍ରମଣ ପଛରେ ଥିବା ସ୍ପଷ୍ଟ କରିଛି। ତେବେ ଏହି ଖବର ଜଣାପଡ଼ିବା ପରେ ପଞ୍ଜାବୀ ଫିଲ୍ମଜଗତରେ ଭୟର ବାତାବରଣ ଖେଳିଯାଇଛି।

ସଲମାନ ଖାନ୍‌ଙ୍କୁ ଗ୍ରିପି ଭାଇ ବୋଲି ମାନିଥାନ୍ତି। ଏହି କାରଣରୁ ଆକ୍ରମଣ କରାଯାଇଥିବା ଲରେନ୍ସ ବିଶ୍ନୋଇ ନାମକ ଏକ ଫେସବୁକ ଆକାଉଣ୍ଟରୁ ଏନେଇ ପୋଷ୍ଟ କରାଯାଇ ସୂଚନା ଦିଆଯାଇଛି। ଏହା ଏକ ଟ୍ରେଲର ଥିଲା। ପୁରା ଫିଲ୍ମ ଶୀଘ୍ର ରିଲିଜ ହେବ। କୌଣସି ଦେଶରେ ଯାଇ ଲୁଚିଲେ ବି ମୃତ୍ୟୁକୁ ଭିସାର ଆବଶ୍ୟକତା ପଡ଼ିବ ନାହିଁ ବୋଲି ପୋଷ୍ଟରେ କୁହାଯାଇଛି।

Share