ହ୍ରିତିକ୍‌ଙ୍କ ପୂର୍ବ ସ୍ତ୍ରୀ ସୁଜୈନ, ଏହି ପଞ୍ଜାବୀ ଗାୟକଙ୍କୁ ବାନ୍ଧିଲା ମୁମ୍ବାଇ ପୋଲିସ

ବମ୍ବେ: ମହାମାରୀ କରୋନା ନିୟମାବଳୀର ଉଲ୍ଲଂଘନ କରିବା ପଡ଼ିଛି ମହଙ୍ଗା। ମୁମ୍ବାଇ ପୋଲିସ ପଞ୍ଜାବୀ ଗାୟକ ଗୁରୁ ରାନ୍ଧଓ୍ବାଙ୍କୁ ଗିରଫ କରିଛି। ତାଙ୍କ ଛଡ଼ା କ୍ରିକେଟର ସୁରେଶ ରାଇନା, ଅଭିନେତା ହ୍ରିତିକ ରୋଶନଙ୍କ ପୂର୍ବ ସ୍ତ୍ରୀ ସୁଜୈନ ଖାନଙ୍କୁ ମଧ୍ୟ ପୋଲିସ ବାନ୍ଧିଛି। ରାନ୍ଧଓ୍ବା ଓ ରାଇନାଙ୍କ ବେଲ୍‌ ହୋଇଥିବା ବେଳେ ସୁଜୈନଙ୍କ ବିଷୟରେ ଜଣାପଡ଼ିନାହିଁ।

କରୋନା ସଂକ୍ରମଣ ବୃଦ୍ଧି ପାଉଥିବାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ରାତ୍ରକାଳୀନ କର୍ଫ୍ୟୁ ଘୋଷଣା କରିଥିଲେ। ଏହାଛଡ଼ା ଡିସେମ୍ବର ୨୨ରୁ ଜାନୁୟାରୀ ୫ ଯାଏ କଟକଣା ଲଗାଇଥିଲେ। ହେଲେ ଏହାକୁ ଖାତିର ନ କରି ଏମାନେ ମୁମ୍ବାଇ ବିମାନବନ୍ଦର ନିକଟ ଡ୍ରାଗନ୍‌ ଫ୍ଲାଇ କ୍ଲବରେ ପାର୍ଟି କରୁଥିଲେ। ପୋଲିସ ଖବର ପାଇ ରେଡ୍‌ କରି ହୋଟେଲ୍‌ରୁ ମୋଟ ୩୪ଜଣଙ୍କୁ ଗିରଫ କରିଥିଲା। ସେଥିରେ କ୍ଲବର ୭ଜଣ କର୍ମଚାରୀ ଥିଲେ। ସମସ୍ତଙ୍କ ଉପରେ ଆଇପିସିର ଧାରା ୧୮୮, ୨୬୯, ୩୪ ଆଦି ଲଗାଯାଇ ମାମଲା ଦାୟର କରାଯାଇଥିଲା।

Share