‘ମହାପ୍ରଭୁଙ୍କ ଡୋରି ଲାଗିଲେ ନିଶ୍ଚୟ ଗାଇବି ଗୀତ’

ଭୁବନେଶ୍ୱର,୨୧ା୫(ବ୍ୟୁରୋ): ଓଲିଉଡ୍‌ର ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ନାଁରେ ସଙ୍ଗୀତକାର ଜାପାନୀ ଥାନାରେ ଅଭିଯୋଗ ପରେ ହ୍ୟୁମାନ ମୁହଁ ଖୋଲିଛନ୍ତି। ହ୍ୟୁମାନଙ୍କ ନାଁରେ ଥିବା ଏକ ଫେସ୍‌ବୁକ୍‌ ପେଜ୍‌ରେ ହ୍ୟୁମାନ ଏକ ଭିଡିଓ ଶେୟାର କରିଛନ୍ତି।
ହ୍ୟୁମାନ କହିଛନ୍ତି, ‘ଯେଉଁମାନେ ଏସବୁ କରିଛନ୍ତି, ଭଗବାନ୍‌ ସେମାନଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ। ମୁଁ ସବୁ ଧର୍ମକୁ ସମ୍ମାନ କରେ। ମହାପ୍ରଭୁଙ୍କ ଗୀତ ଗାଇବାକୁ ଠାକୁରଙ୍କ ଡୋରି ମୋ’ଠାରେ ଲାଗିନି। ଯେବେ ଡୋରି ଲାଗିବ କେହି ଅଟକାଇ ପାରିବେ ନାହିଁ। ସାରା ଓଡ଼ିଶା ଝୁମିବ।’ କାହାର ଧାର୍ର୍ମିିକ ଭାବନାକୁ ଆଘାତ ଦେବା ମୋର ଲକ୍ଷ୍ୟ ନୁହେଁ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ହ୍ୟୁମାନଙ୍କ ବିରୋଧରେ ଅଭିଯୋଗ ଆଣି ସଙ୍ଗୀତକାର ଜାପାନୀ କହିଥିଲେ, ପ୍ରଭୁ ଜଗନ୍ନାଥଙ୍କ ଭଜନ ଗାଇବାକୁ ମୁଁ ତାଙ୍କୁ ବାରମ୍ବାର ନିବେଦନ କରିଥିଲେ ମଧ୍ୟ ସେ ତାକୁ ପ୍ରତ୍ୟାଖ୍ୟାନ କରୁଛନ୍ତି। ଗତ ୫ ବର୍ଷ ଧରି ମୁଁ ହ୍ୟୁମାନଙ୍କୁ ଜଗନ୍ନାଥ ଭଜନ ଗାଇବାକୁ ନିବେଦନ କରିଆସୁଛି। ହେଲେ ସବୁଥର ସେ ଏହାକୁ ଏଡ଼ାଇ ଦେଇଛନ୍ତି ବୋଲି ଜାପାନୀ ଅଭିଯୋଗ କରିଛନ୍ତି।

Share