ଆଜି ହାତକୁ ଦି’ ହାତ ହେବେ କନିକା

ବଲିଉଡର ପ୍ରସିଦ୍ଧ ଗାୟିକା କନିକା କପୁରଙ୍କ ଆଜି ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି। ସେ ତାଙ୍କ ପ୍ରେମିକ ଗୌତମ ହାଥିରମାନୀଙ୍କ ସହ ହାତକୁ ଦି’ ହାତ ହେବେ। ବିବାହ ପୂର୍ବରୁ କନିକାଙ୍କ ମେହେନ୍ଦୀ ଏବଂ ହଳଦୀ ସେରିମନି ଶେଷ ହୋଇଛି। ଇନଷ୍ଟାଗ୍ରାମରେ ମେହେନ୍ଦୀ ସମାରୋହର ଝଲକ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି କନିକା। ଏହିସବୁ ଫଟୋରେ କନିକା ବହୁତ ସୁନ୍ଦର ଦେଖାଯାଉଛନ୍ତି। ଗୌତମଙ୍କ ସହ ସେ ବେଶ୍‌ ଖୁସି ଥିବା ଜଣାପଡୁଛନ୍ତି।
କନିକା ପୂର୍ବରୁ ରାଜ ଚାନ୍ଦୋକଙ୍କୁ ବିବାହ କରିଥିଲେ। ବିବାହର କିଛି ବର୍ଷ ପରେ ଉଭୟ ଅଲଗା ହୋଇଯାଇଥିଲେ। କନିକାଙ୍କର ତିନୋଟି ସନ୍ତାନ ଅଛନ୍ତି। ଗୌତମ ଏବଂ କନିକା ଦୀର୍ଘ ବର୍ଷେ ହେବ ପରସ୍ପରକୁ ଡେଟ କରୁଛନ୍ତି।

Share