୪୩ ବର୍ଷ ବୟସରେ କନିଆଁ ହେବାକୁ ସଜ

ବମ୍ବେ: ୪୩ ବର୍ଷ ବୟସରେ ପୁଣି କନିଆଁ ହେବାକୁ ସଜ ହେଲେଣି ବଲିଉଡର ପ୍ରସିଦ୍ଧ ଗାୟିକା କନିକା କପୁର। କନିକା ତାଙ୍କ ଦୀର୍ଘଦିନର ପ୍ରେମିକ ତଥା ଏନ୍‌ଆର୍‌ଆଇ ବ୍ୟବସାୟୀ ଗୌତମଙ୍କୁ ବିବାହ କରିବାକୁ ଯାଉଛନ୍ତି। ଆସନ୍ତା ମେ’ ୨୦ରେ ଦୁହେଁ ହାତକୁ ଦୁଇ ହାତ ହେବେ ବୋଲି ଶୁଣିବାକୁ ମିଳିଛି। ହେଲେ ବର୍ତ୍ତମାନ ଯାଏଁ ବିବାହ ଖବରକୁ ନେଇ କନିକା କିନ୍ତୁ କିଛି ମୁହଁ ଖୋଲି ନାହାନ୍ତି। ତାଙ୍କ ତରଫରୁ କୌଣସି ଅଫିସିଆଲ ଆନାଉନ୍ସମେଣ୍ଟ ହୋଇନାହିଁ।

ତିନୋଟି ଛୁଆର ମା’ କନିକା ଛଅ ମାସ ପୂର୍ବରୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ କୌଣସି କାରଣ ବଶତଃ ଉଭୟଙ୍କ ବିବାହ ଘୁଞ୍ଚି ଯାଇଥିଲା। ଏବେ ସେ ନିଜ ବିବାହକୁ ନେଇ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତିି। ସେ ବିବାହକୁ ନେଇ ଶପିଂ କରୁଥିବା ମଧ୍ୟ ଦେଖିବାକୁ ମିଳିଛି।

ପୂର୍ବରୁ ୧୯୯୭ରେ ୧୮ ବର୍ଷ ବୟସରେ କନିକା ରାଜ୍‌ ଚନ୍ଦୋକଙ୍କୁ ପ୍ରଥମ ବିବାହ କରିଥିଲେ। ରାଜ୍‌ ମଧ୍ୟ ଜଣେ ଏନଆର୍‌ଆଇ ବ୍ୟବସାୟୀ ଥିଲେ। ବିବାହ ପରେ ଉର୍ଭଙ୍କ ତିନୋଟି ଛୁଆ ଅଛି। ବିବାହର ୧୫ ବର୍ଷ ପରେ କନିକା ଏବଂ ରାଜ୍‌ ୨୦୧୨ରେ ଅଲଗା ହୋଇଯାଇଥିଲେ।

କହିରଖୁଛୁ  କନିକା ବଲିଉଡର ଲୋକପ୍ରିୟ ଗାୟିକାଙ୍କ ମଧ୍ୟରୁ ଜଣେ। ୨୦୧୨ରେ କନିକା ଯୁଗନୀ ଗୀତରୁ ସଂଗୀତ ଜଗତରେ ପାଦ ରଖିଥିଲେ। ଏହି ଗୀତକୁ ଲୋକେ ଖୁବ ପସନ୍ଦ ମଧ୍ୟ କରିଥିଲେ।

Share