ଗାୟକ କେକେଙ୍କ ମୃତ୍ୟୁକୁ ନେଇ ମାମଲା ରୁଜୁ, ଶରୀର ଓ ମୁଣ୍ଡରେ ଲାଗିଛି ଆଘାତ!

କୋଲକାତା,୧ ।୬: ବଲିଉଡର ଆଗଧାଡିର ଗାୟକ କେକେ ଓରଫ କୃଷ୍ଣା କୁମାର କୁନ୍ନାଥଙ୍କର ମଙ୍ଗଳବାର ଅର୍ଥାତ୍ ମେ’ ୩୧ରେ ପରଲୋକ ହୋଇଯାଇଛି । କୋଲକାତାରେ ଏକ ଲାଇଭ୍ ପରଫରମାନ୍ସ ଦେବା ସମୟରେ ତାଙ୍କ ସ୍ୱାସ୍ଥ୍ୟ ବିଗିଡି ଯାଇଥିବା ସେ ଦର୍ଶାଇଥିଲେ । ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ପୋଷ୍ଟ ମର୍ଟମ ପରେ ଅସଲ କାରଣ ଜଣାପଡିବ ବୋଲି କୁହାଯାଉଛି । ଏବେ ଶୁଣିବାକୁ ମିଳିଛି କି କେକେଙ୍କ ମୃତ୍ୟୁକୁ ନେଇ ଏକ ମାମଲା ରୁଜୁ କରାଯାଇଛି । ତେବେ କେକେଙ୍କ ଶରୀରରେ ଓ ମୁଣ୍ଡରେ ଆଘାତ ଲାଗିଥିବା କୁହାଯାଉଥୀବା ବେଳେ କେମିତି ତାଙ୍କର ମୃତ୍ୟୁ ହେଲା ତାହା ସ୍ପଷ୍ଟ ହେଉ ନ ଥିବାରୁ ଏହି ମାମଲା ରୁଜୁ କରାଯାଇଥିବା କୁହାଯାଉଛି । ଗୋଟିଏ ପଟେ ୫୩ ବର୍ଷୀୟ କେକେଙ୍କ ଅକାଳ ବିୟୋଗ ସାରା ବିଲିଉଡରେ ଶୋକର ଛାୟା ଖେଳାଇ ଦେଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ ଆରମ୍ଭ କରି ବଲିଉଡ ଦୁନିଆର ସମସ୍ତ ସେଲିବ୍ରିଟି କେକେଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି । ଅନେକେ ଏହି ଖବରକୁ ବିଶ୍ୱାସ କରୁ ନ ଥିବା ବେଳେ ଏହା କିନ୍ତୁ ବଲିଉଡରେ ଶୋକର ଛାୟା ଖେଳାଇ ଦେଇଛି ।

Share