ଦ କପିଲ ଶର୍ମା ଶୋ’ରେ ନେହା କକ୍କର, ‘କାଣ୍ଟା ଲଗା’ ଗୀତରେ କଲେ ଜବରଦସ୍ତ ଡ୍ୟାନ୍ସ

ମୁମ୍ବାଇ: ବଲିଉଡ୍‌ ଗାୟିକା ନେହା କକ୍କର ନିଜ ଗୀତ ‘କାଣ୍ଟା ଲଗା’ର ପ୍ରମୋଶନ କରିବାରେ ଲାଗିଛନ୍ତି। ଏବେ ନେହା କପିଲ ଶର୍ମାଙ୍କ ଶୋ’ରେ ନଜର ଆସିଛନ୍ତି। କମେଡିଆନ କୃଷ୍ଣା ଅଭିଷେକ ନେହାଙ୍କ ସହିତ ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ନେହା କାଣ୍ଟା ଲଗା ଗୀତରେ ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି।

କୃଷ୍ଣା ଭିଡିଓ ଶେୟାର କରି ଲେଖିଛନ୍ତି, ନେହା କକ୍କର, ଟୋନି କକ୍କର, କିକୁ ଶାରଦା, କପିଲ ଶର୍ମାଙ୍କ ସହିତ ଶେଟ୍‌ରେ ମଜା କରୁଛନ୍ତି। ମୁଁ ନେହାଙ୍କୁ ଦୀର୍ଘଦିନରୁ ଜାଣିଛି। ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ। ଭିଡିଓରେ ନେହା ଏକ ଅରେଞ୍ଜ କଲରର ଲଙ୍ଗ ସ୍କର୍ଟ୍‌ ପିନ୍ଧିଛନ୍ତି। ଏହା ଉପରେ ଏକ ପ୍ରିଣ୍ଟେଡ ଜ୍ୟାକେଟ୍‌ ପିନ୍ଧିଛନ୍ତି। ଯେଉଁଥିରେ ସେ ଖୁବ୍‌ ଆକର୍ଷଣୀୟା ଦିଶୁଛନ୍ତି।

ନେହା ତଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ବିଗତ ଦିନରେ ତାଙ୍କ ପ୍ରେଗନାନ୍ସିକୁ ନେଇ ଗୁଜବ ଉଠିଥିଲା। ନେହା ଏହି ପ୍ରଶ୍ନର ଉତ୍ତରରେ କହିଥିଲେ,ରୋହନପ୍ରୀତି ଆଜି ପର୍ଯ୍ୟନ୍ତ କୌଣସି ବେବି ପ୍ଲାନ୍‌ କରିନାହାନ୍ତି। ଯେତେବେଳେ ବି ପିଲା ହେବ ସମସ୍ତଙ୍କୁ ଜଣାଇବୁ।

Share