ଇନ୍‌ଷ୍ଟାଗ୍ରାମ୍‌ରେ ନେହା କକ୍କରଙ୍କ ୬୦ମିଲିୟନ ଫଲୋଅର୍ସ, କିଛି ଲୋକଙ୍କୁ କରିବେ ଅନ୍‌ଫଲୋ

ମୁମ୍ବାଇ: ଗାୟିକା ନେହା ନକ୍କର ଇଣ୍ଟରନେଟ୍‌ ସେନ୍‌ସେସନ ପାଲଟିଛନ୍ତି। ସୋସିଆଲ ମିଡିଆରେ ତାଙ୍କର ବହୁ ଫ୍ୟାନ ଫଲୋଅର୍ସ ଅଛନ୍ତି। କେବଳ ଇନ୍‌ଷ୍ଟାଗ୍ରାମରେ ନେହାଙ୍କର ୬୦ ମିଲିୟନରୁ ଅଧିକ ଲୋକ ତାଙ୍କୁ ଫଲୋ କରନ୍ତି। ଏବେ ନେହା ନିଷ୍ପତ୍ତି ନେଇଛନ୍ତି, କିଛି ଲୋକଙ୍କୁ ଇନ୍‌ଷ୍ଟାଗ୍ରାମରୁ ଅନ୍‌ଫଲୋ କରିବେ।

ନେହା ଏକ ପୋଷ୍ଟ ଶେୟାର କରି ଲେଖିଛନ୍ତି, ସରି ପୋଷ୍ଟରେ କିଛି ଖରାପ ଅଭିଜ୍ଞତା ଯୋଗୁ ମୋ ଇନ୍‌ଷ୍ଟାଗ୍ରାମରୁ ମୁଁ କିଛି ଲୋକଙ୍କୁ ଅନ୍‌ଫଲୋ କରିବା ପାଇଁ ନିଷ୍ପତ୍ତି ନେଇଛି। ମୁଁ ଯେଉଁମାନଙ୍କୁ ଜାଣିଛି କେବଳ ସେହିମାନେ ହିଁ ମୋ’ ସହ ରହିବେ। ସରି ଯଦି ଆପଣଙ୍କୁ ଖରାପ ଲାଗେ ତେବେ ମୋ ମନରେ କାହାପ୍ରତି କୌଣସି ଆପତ୍ତି ନାହିଁ। ମାତ୍ର ବହୁତ କେୟାରଫୁଲ୍‌ ରହିବା ଜରୁରୀ।

ଏ ତ ଗଲା ନେହାଙ୍କ ବ୍ୟକ୍ତିଗତ କଥା। ଯଦି ତାଙ୍କ ଓ୍ବାର୍କଫ୍ରଣ୍ଟ୍‌ କଥା ଦେଖିବା ତେବେ ତାଙ୍କର ଏକ ଗୀତ ରିଲିଜ ହୋଇଛି। ଗୀତର ଟାଇଟେଲ ‘ଟୁ -ଫୋନ୍‌। ଏହି ଗୀତରେ ଜସ୍ମିନ ଭସିନ ଏବଂ ଅଲି ଗୋନିଙ୍କର ଫିଚର ହୋଇଛି। ନେହାଙ୍କ ଏହି ଗୀତକୁ ପ୍ରଶଂସକମାନଙ୍କଠାରୁ ଜବରଦସ୍ତ ଭଲପାଇବା ମିଳିଛି।

Share