ସୁସ୍ଥ ଅଛନ୍ତି ଜୁବିନ,ହସ୍ପିଟାଲରୁ ଶେୟାର କଲେ ଫଟୋ

ଲୋକପ୍ରିୟ ଗାୟକ ଜୁବିନ ନୌଟିଆଲ ଗୁରୁବାର ଏକ ବଡ଼ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଘରର ଶିଢିରୁ ଖସି ଗାୟକଙ୍କ ହାତର କୋହୁଣୀ,ପାଟି ଏବଂ ମୁଣ୍ଡରେ ଜୋର୍‌ରେ ଆଘାତ ଲାଗିଛି। ସେ ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ତାଙ୍କ ଡାହାଣ ହାତ ଅପରେଶନ କରାଯାଇଥିବା ଜଣାପଡିଛି। ଶୁକ୍ରବାର ସକାଳେ ଜୁବିନ ବିମାନବନ୍ଦରରେ ନଜର ଆସିଥିଲେ। ବାସ୍ତବରେ ସେ ଅଧିକ ଚିକିତ୍ସା ପାଇଁ ନିଜ ସହର ଉତ୍ତରାଖଣ୍ଡକୁ ଯାଉଥିଲେ। ଡାକ୍ତରମାନେ ବିଶ୍ରାମ ନେବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ଶୁକ୍ରବାର ଜୁବିନ ହସ୍ପିଟାଲ ବେଡରୁ ନିଜର ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରି ତାଙ୍କ ସ୍ବାସ୍ଥ୍ୟ ଅପ୍‌ଡେଟ ଦେଇଛନ୍ତି। ଗାୟକ କ୍ୟାପଶନରେ ଲେଖିଛନ୍ତି, ଆଶୁ ଆରୋଗ୍ୟ କାମନା କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ, ଭଗବାନ ମୋ ଉପରେ ଆଶୀର୍ବାଦ ରଖିଛନ୍ତି, ସେ ହିଁ ମର୍ମନ୍ତୁଦ ଦୁର୍ଘଟଣାରୁ ଉଦ୍ଧାର କରିଛନ୍ତି। ମୁଁ ଡିସଚାର୍ଜ ହୋଇସାରିଛି ଏବଂ ମୁଁ ସୁସ୍ଥ ଅଛି।

Share