ଆଉ ନାହାନ୍ତି ଲୋକପ୍ରିୟ ଗାୟକ ତାଜ୍‌

ବମ୍ବେ: ଆଉ ନାହାନ୍ତି ବଲିଉଡ୍‌ର ଲୋକପ୍ରିୟ ଗାୟକ ତାଜ୍‌। ୫୪ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ନିକଟରେ ସେ କୋମାରୁ ସୁସ୍ଥ ହୋଇଥିଲେ।

ଯାହା ସୂଚନା ରହିଛି ଶୁକ୍ରବାର ଅର୍ଥାତ ୨୯ ଏପ୍ରିଲରେ ତାଙ୍କର ମୃତ୍ୟୁ ଘଟିଛି। କଥିତ ଭାବେ ସେ ହର୍ନିଆରେ ପୀଡ଼ିତ ଥିଲେ। ହେଲେ ଦୁଇବର୍ଷ ଧରି କରୋନା କଟକଣା କାରଣରୁ ତାଙ୍କର ଅପରେଶନ ହୋଇପାରୁ ନ ଥିଲା। ଏହାକୁ ନେଇ ସେ କୋମାକୁ ଚାଲିଯାଇଥିଲେ। ହେଲେ ନିକଟରେ ସେ କୋମାରୁ ବାହାରକୁ ଆସିଥିଲେ। ‘ନଚାଙ୍ଗେ ସାରି ରାତ୍‌, ଗଲ୍ଲା ଗୋରିୟାଁ, ଦାରୁ ବିଚ୍‌ ପ୍ୟାର୍‌ ମିଲାଦେ’ ଭଳି ଲୋକପ୍ରିୟ ବଲିଉଡ୍‌ ଗୀତକୁ ସେ ଗାଇଥିଲେ।

Share