୩୩ ବର୍ଷରେ ଗାୟକ ଟମ୍‌ ପାର୍କରଙ୍କ ପରଲୋକ

ନୂଆଦିଲ୍ଲୀ: ଆଉ ନାହାନ୍ତି ‘ଦ ଓ୍ବାଣ୍ଟେଡ୍‌’ ବ୍ୟାଣ୍ଡର ସଦସ୍ୟ ତଥା ଲୋକପ୍ରିୟ ଗାୟକ ଟମ୍‌ ପାର୍କର। ସେ ଦୀର୍ଘଦିନରୁ ବ୍ରେନ୍‌ ଟ୍ୟୁମରରେ ପୀଡ଼ିତ ଥିଲେ। ଏହାର ଚିକିତ୍ସା ଚାଲୁ ରହିଥିଲେ ହେଁ ବୁଧବାର ସେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୩୩ ବର୍ଷ ବୟସ ହୋଇଥିଲା ।

୨୦୨୦ ଅକ୍ଟୋବରରେ ଟମ୍‌ କର୍କଟ ରୋଗରେ ଆକ୍ରାନ୍ତ ଥିବା ନେଇ ଜଣାପଡ଼ିଥିଲା। ପରେ ତାଙ୍କର କେମୋଥେରାପି ଏବଂ ରେଡିଓଥେରାପି କରାଯାଇ ଚିକିତ୍ସା ଜାରି ରହିଥିଲା। ତଥାପି ସେ ଚଳିତ ବର୍ଷ ଆରମ୍ଭରୁ ନିଜ ବ୍ୟାଣ୍ଡ ସହ ଷ୍ଟେଜ୍‌ ଶୋ’ କରିଥିଲେ। ସେତେବେଳେ ସେ ତାଙ୍କୁ କ୍ୟାନ୍ସର ହୋଇଛି ବୋଲି ଭାବିବାକୁ ଚାହୁଁ ନ ଥିବା କହିଥିଲେ।

ସ୍ତ୍ରୀ କେଲସି ହାର୍ଡଓ୍ବିକ୍‌ ଟମ୍‌ଙ୍କ ମୃତ୍ୟୁକୁ ନେଇ ସ୍ପଷ୍ଟ କରିଛନ୍ତି। ସୋସିଆଲ ମିଡିଆରେ ପରିବାରର ଫଟୋ ଶେୟାର କରି ସେ ଲେଖିଛନ୍ତି, ‘ପରିବାରଲୋକଙ୍କ ଉପସ୍ଥିତିରେ ଟମ୍‌ଙ୍କ ଦେହାନ୍ତ ହୋଇଛି। ଆମର ସବୁକିଛି ସରିଯାଇଛି। ସେ ଆମର ଦୁନିଆ ଥିଲେ। ଆମେ ତାଙ୍କ ହସ ଏବଂ ଉପସ୍ଥିତି ବିନା ଜୀବନକୁ କଳ୍ପନା କରିପାରୁ ନାହୁଁ।’

Share