ଗାୟକ ଟୋନି ବେନେଟଙ୍କ ପରଲୋକ

ଓ୍ବାଶିଂଟନ୍‌,୨୩।୭: ଆମେରିକୀୟ ଗାୟକ ଟୋନି ବେନେଟଙ୍କ ଶୁକ୍ରବାର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୯୬ ବର୍ଷ ହୋଇଥିଲା। ନିଜର ଗାଇକୀ ପାଇଁ ଟୋନି ଖୁବ୍‌ ଜଣାଶୁଣା। ୨୦ଟି ଗ୍ରାମୀ ଆଓ୍ବାର୍ଡ ସାଙ୍ଗକୁ ଲାଇଫ୍‌ ଟାଇମ୍‌ ଆଚିଭ୍‌ମେଣ୍ଟ ଆଓ୍ବାର୍ଡ ଏବଂ ପ୍ରାଇମ୍‌ ଟାଇମ୍‌ ଏମି ଆଓ୍ବାର୍ଡ ବିଜେତା ଟୋନିଙ୍କ ପୂରା ନାମ ଆଣ୍ଟୋନି ଡୋମିନିକ୍‌ ବେନେଡେଟୋ। ନ୍ୟୁୟର୍କ ସିଟିରେ ୧୯୨୬ ଅଗଷ୍ଟ ୩ରେ ତାଙ୍କ ଜନ୍ମ। ଗୀତ ଗାଇବା ସାଙ୍ଗକୁ ଫେଣ୍ଟିଂ କରିବା ତାଙ୍କୁ ଖୁବ୍‌ ପସନ୍ଦ। ଛୋଟବେଳୁ ଟୋନି ଗୀତ ଗାଇବା ଆରମ୍ଭ କରିଥିଲେ। ଦ୍ୱିତୀୟ ବିଶ୍ୱ ଯୁଦ୍ଧରେ ସେ ଆମେରିକୀୟ ସେନାରେ ସାମିଲ ହୋଇଥିଲେ। ୧୯୫୧ ମସିହାର ‘ବିକଜ୍‌ ଅଫ୍‌ ୟୁ’ ଗୀତ ତାଙ୍କୁ ଲୋକପ୍ରିୟ କରିଥିଲା।

Share