ସିଂଘମ ଅଭିନେତା ଜୟନ୍ତ ସାବରକରଙ୍କ ପରଲୋକ

ବଲିଉଡ୍‌ର ଭେଟେରାନ ଅଭିନେତା ଜୟନ୍ତ ସାବରକରଙ୍କ ବାର୍ଦ୍ଧକ୍ୟ ଜନିତ ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ସୋମବାର ସକାଳେ ପରଲୋକ ଘଟିଛି। ସେ ୮୭ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏ ନେଇ ଜୟନ୍ତଙ୍କ ପୁଅ କୌସ୍ତୁଭ ସ୍ପଷ୍ଟ  କରିଛନ୍ତି।  ପ୍ରାୟ ଛଅ ଦଶନ୍ଧି ଧରି ଜୟନ୍ତ ମରାଠୀ, ହିନ୍ଦୀ ଚଳଚ୍ଚିତ୍ର, ଥିଏଟର ଏବଂ ଟେଲିଭିଜନ ଭଳି ପ୍ଲାଟଫର୍ମରେ କାମ କରିଥିଲେ। ତାଙ୍କର ଲୋକପ୍ରିୟ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ‘ହରି ଓମ୍‌ ବିଠଲ’, ‘ଗଡବଡ଼’ ଏବଂ ‘ସିଂଘମ ’ ଆଦି ଇତ୍ୟାଦି ରହିଛି।
ପ୍ରାୟ ୧୦ରୁ ୧୫  ଦିନ ପୂର୍ବରୁ ନିମ୍ନ ରକ୍ତଚାପ ହେତୁ ତାଙ୍କୁ ଥାନେର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ରବିବାର ରାତିରେ ହଠାତ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡିଯାଇ ତାଙ୍କୁ ଭେଣ୍ଟିଲେଟରରେ ରଖାଗଲା। ପରେ ତାଙ୍କର ମୃତ୍ୟୁ ଘଟିଥିଲା।
Share