‘ସିଂଘମ୍‌ ଏଗେନ୍‌’ ଟ୍ରେଲର ଆଉଟ୍

ମୁମ୍ବାଇ: ଅଜୟ ଦେବଗନଙ୍କ ‘ସିଂଘମ୍‌ ଏଗେନ୍‌’ ଫିଲ୍ମକୁ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଫିଲ୍ମ ରିଲିଜ୍‌ ତାରିଖ ପାଖେଇ ଆସୁଥିବା ସହ ଲୋକଙ୍କ ଉତ୍ସାହ ବୃଦ୍ଧି ପାଇବାରେ ଲାଗିଛି। ଆସନ୍ତା ନଭେମ୍ବର ୧ରେ ଦୀପାବଳି ଉପଲକ୍ଷେ ରିଲିଜ୍‌ ହେବାକୁ ଯାଉଥିବା ଏହି ଫିଲ୍ମର ଟ୍ରେଲରକୁ ସୋମବାର ଜାରି କରାଯାଇଛି। ଫିଲ୍ମର ଅନ୍ୟତମ ମୁଖ୍ୟ ତାରକା ତଥା ଅଭିନେତା ଅକ୍ଷୟ କୁମାର ‘ସିଂଘମ୍‌ ଏଗେନ୍‌’ର ଟ୍ରେଲରକୁ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି।

ସେ କ୍ୟାପ୍‌ଶନ୍‌ରେ ଲେଖିଛନ୍ତି, ଆସନ୍ତା ଦୀପାବଳିରେ କେଉଁ କେଉଁ ଯୋଦ୍ଧା ଆସିବେ ତାହା ପବ୍ଲିକ ଭଲଭାବେ ଜାଣିଛନ୍ତି। ‘ସିଂଘମ୍‌୍‌ ଏଗେନ୍‌’ର ଟ୍ରେଲର ଆସିସାରିଛି। ଏହି ଫିଲ୍ମରେ ଅଭିନୟ କରିଥିବା ସମସ୍ତ ତାରକାଙ୍କ ସହ ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ଓ ପ୍ରଯୋଜକ ଜ୍ୟୋତି ଦେଶ୍‌ପାଣ୍ଡେଙ୍କୁ ମଧ୍ୟ ଅକ୍ଷୟ ତାଙ୍କର ଏହି ପୋଷ୍ଟରେ ଟ୍ୟାଗ୍‌ କରିଛନ୍ତି।

‘ସିଂଘମ୍‌ ଏଗେନ୍‌’ କାହାଣୀ ରାମାୟଣ ଦ୍ୱାରା ଅନୁପ୍ରାଣିତ ହୋଇଥିବା ନେଇ ଏହି ଟ୍ରେଲରରୁ ଜଣାପଡ଼ିଛି। ଏହି ଆକ୍ସନ୍‌ ପ୍ୟାକ୍‌ ଏବଂ ମଲ୍ଟି ଷ୍ଟାରର ମୁଭିରେ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କୁ ଲେଡି ସିଂଘମ ଭାବେ ଏକ ଶକ୍ତିଶାଳୀ ଭୂମିକାରେ ଦେଖିବାକୁ ମିଳିବ। ତେବେ ୪ ମିନିଟ୍‌ ୫୮ ସେକେଣ୍ଡ୍‌ ଲମ୍ବା ଏହି ଟ୍ରେଲର ଇତିହାସ ସୃଷ୍ଟି କରିଛି। ବର୍ତ୍ତମାନ ସୁଦ୍ଧା ହିନ୍ଦୀ ସିନେମାର ସବୁଠାରୁ ଲମ୍ବା ଟ୍ରେଲର ଭାବେ ‘ସିଂଘମ୍‌ ଏଗେନ୍‌’ର ଟ୍ରେଲର ରେକର୍ଡ ସୃଷ୍ଟି କରିଛି।

ଟ୍ରେଲରରେ ଅଭିନେତା ଅଜୟ ଦେବଗନ, ଅକ୍ଷୟ କୁମାର, ରଣବୀର ସିଂ, ଟାଇଗର ଶ୍ରଫ୍‌, ଅର୍ଜୁନ କପୁର, ଅଭିନେତ୍ରୀ କରୀନା କପୁର ଖାନ୍‌ ଓ ଦୀପିକା ପାଦୁକୋନ୍‌ଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଛି। ତେବେ ଏହି ଟ୍ରେଲରରେ ଖଳନାୟକ ଭୂମିକାରେ ଅଭିନେତା ଅର୍ଜୁନ କପୁରଙ୍କ ଅଭିନୟକୁ ଦର୍ଶକ ବେଶ୍‌ ପସନ୍ଦ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶଂସକଙ୍କୁ କ୍ଷମା ମାଗିଲେ ନିୟା

ମୁମ୍ବାଇ: ‘ବିଗ୍‌ବସ୍‌ ୧୮’ ରବିବାରଠାରୁ ଆରମ୍ଭ ହୋଇଛି। ଏହି ଶୋ’ରେ ଅଭିନେତ୍ରୀ ନିୟା ଶର୍ମା ଅଂଶଗ୍ରହଣ କରୁଥିବାନେଇ ବିଭିନ୍ନ ରିପୋର୍ଟ ପ୍ରକାଶ ପାଇଥିଲା। ନିୟା ମଧ୍ୟ...

ଟ୍ରୋଲର୍ସଙ୍କୁ ଜବାବ ଦେଲେ କରନ୍‌

ମୁମ୍ବାଇ: ଆଲିଆ ଭଟ୍ଟଙ୍କ ଆଗାମୀ ଚଳଚ୍ଚିତ୍ର ‘ଜିଗ୍‌ରା’ ନିକଟରେ ଖୁବ୍‌ ଚର୍ଚ୍ଚାରେ ରହିଛି। ତେବେ ଫିଲ୍ମର ପ୍ରମୋଶନବେଳେ ଏକ ସାକ୍ଷାତ୍‌କାରରେ ଏହାର ନିର୍ଦ୍ଦେଶକ ଭାସନ୍‌ ବାଲାଙ୍କ...

ସଲମାନଙ୍କୁ ଭେଟିଲେ ଆରଧ୍ୟା! ବି ଟାଉନ୍‌ରେ ହଲଚଲ, ଜାଣନ୍ତୁ ଭାଇରାଲ ଫଟୋ ପଛର ସତ୍ୟତା…

ମୁମ୍ବାଇ: ସଲମାନ ଖାନ ଏବେ ତାଙ୍କର ଆଗାମୀ ଫିଲ୍ମ ସିକନ୍ଦର ସୁଟିଂରେ ବ୍ୟସ୍ତ ଅଛନ୍ତି। ତେବେ ସୁଟିଂ ସେଟ୍‌ ଭିତରେ ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ...

ଛାଡପତ୍ର ଗୁଜବ ଭିତରେ ଐଶ୍ୱର୍ଯ୍ୟାଙ୍କ ଡାଏରୀ ଫଟୋ ଭାଇରାଲ, ମୋର ଦୁଃଖ…

ମୁମ୍ବାଇ: ଅଭିଷେକ ବଚ୍ଚନ ଓ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବଲିଉଡର ଅନ୍ୟତମ ଲୋକପ୍ରିୟ ଦମ୍ପତି । ତେବେ ଗତ କିଛି ଦିନ ହେବ ଏହି ଦମ୍ପତିଙ୍କ...

ଆଜିଠୁ ବିଗ୍‌ବସ୍‌ ୧୮

ମୁମ୍ବାଇ: ରିୟଲିଟି ଶୋ’ ବିଗ୍‌ବସ୍‌ର ୧୮ତମ ସିଜନ୍‌ ରବିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ରାତି ୯ଟାରେ କଲର୍ସ ଟିଭିରେ ପ୍ରିମିୟର୍‌ ହେବାସହ ଜିଓ ସିନେମାରେ...

ଆରତୀଙ୍କୁ ଛାଡ଼ପତ୍ର ଦେଇ ଏହି ତରୁଣୀଙ୍କ ହାତ ଧରିଲେ ଜୟମ ରବି? ଫଟୋ ଦେଖି ପ୍ରଶଂସକ ଚକିତ…

ହାଇଦ୍ରାବାଦ: ପୁଣି ଥରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଦକ୍ଷିଣ ଭାରତୀୟ ଅଭିନେତା ଜୟମ ରବି। ପ୍ରଥମ ପତ୍ନୀ ଆରତୀଙ୍କଠାରୁ ଛାଡ଼ପତ୍ର ନେବା ପରେ ସେ...

ନିଆଁ ଲଗାଇ କ୍ଷମା ମାଗିଲେ ମନ୍ତ୍ରୀ

ହାଇଦ୍ରାବାଦ: ତେଲଙ୍ଗାନାର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କୋଣ୍ଡା ସୁରେଖା ବୁଧବାର ଅଭିନେତ୍ରୀ ସାମନ୍ଥା ଓ ଅଭିନେତା ନାଗା ଚୈତନ୍ୟଙ୍କ ବିବାହ ବିଚ୍ଛେଦକୁ ନେଇ ଏକ ବିବାଦୀୟ...

ଲଗେଜ୍‌ ହଜାଇ ଦେଲେ ଅନୁଷ୍କା ଶଙ୍କର: ସହାର୍ଯ୍ୟ ପାଇଁ କରିଥିଲେ…

ନୂଆଦିଲ୍ଲୀ,୪ା୧୦: ଖ୍ୟାତନାମା ସିତାର ବାଦକ ଅନୁଷ୍କା ଶଙ୍କର ଜର୍ମାନୀର ବର୍ଲିନ୍‌ରେ ତାଙ୍କ ଲଗେଜ୍‌ ହଜାଇ ସାହାଯ୍ୟ ପାଇଁ ଚିତ୍କାର କରୁଥିବା ଦେଖାଯାଇଥିଲା, ଯାହା ଅନେକ ସୋସିଆଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri