ପରଦାକୁ ଆସିବ ସିଂଘମ ଏଗେନ୍‌

ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ଦର୍ଶକଙ୍କ ପାଇଁ ଫିଲ୍ମ ‘ସିଂଘମ ଏଗେନ୍‌’ ଭେଟି ଦେବାକୁ ଯାଉଛନ୍ତି। ଫିଲ୍ମର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି। ଅଜୟ ଦେବଗାନଙ୍କ ସମେତ ଅନେକ ତାରକା ପୁଣିଥରେ ‘ସିଂଘମ ଏଗେନ୍‌’ରେ ଦେଖିବାକୁ ଯାଉଛନ୍ତି।
ନିକଟରେ ଶୁଭ ମହୁରତ ସମୟରେ ପୂଜା କରୁଥିବାବେଳେ ଅଜୟ ଦେବଗନ, ରୋହିତ ଶେଟ୍ଟୀ, ଅକ୍ଷୟ କୁମାର ଏବଂ ରଣଭୀର ସିଂଙ୍କ କିଛି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି। ଏହି ପୋଷ୍ଟ ଶେୟାର କରିବାବେଳେ ଅଜୟ ଦେବଗନ କ୍ୟାପସନରେ ଲେଖିଛନ୍ତି – ଆମେ ୧୨ବର୍ଷ ପୂର୍ବେ ଭାରତୀୟ ସିନେମାକୁ ଏହାର ସବୁଠୁ ବଡ ସିନେମାଟିକ କୋପ୍‌ ୟୁନିଭର୍ସ ଭେଟି ଦେଇଥିଲୁ। ବର୍ଷ ବର୍ଷ ଧରି ଆମେ ଲୋକଙ୍କଠାରୁ ପାଇଥିବା ଭଲ ପାଇବା ସହିତ, ‘ସିଂଘମ’ ପରିବାର ଆହୁରି ଶକ୍ତିଶାଳୀ ଏବଂ ବଡ ହୋଇଯାଇଛି। ବର୍ତ୍ତମାନ ପୁଣି ଥରେ ଆମେ ‘ସିଂଘମ ଏଗେନ୍‌’ ସହିତ ଆମର ଫ୍ରାଞ୍ଚାଇଜ୍‌କୁ ଆଗକୁ ନେବାକୁ ପ୍ରସ୍ତୁତ। ଖବର ଅନୁଯାୟୀ ଅର୍ଜୁନ କପୁର ଏହି ଫିଲ୍ମରେ ଭିଲେନ ଭୂମିକାରେ ନଜର ଆସିବେ।

Share