Posted inଜାତୀୟ

ପ୍ରଥମ ଥର ଭୋଟ ଦେଖିବ ସିଂହଭୂମ: ମାଓବାଦୀପ୍ରବଣ ଅଞ୍ଚଳକୁ ହେଲିକପ୍ଟରରେ ଯିବେ ପୋଲିଂ ଟିମ୍‌

ରାଞ୍ଚତ୍,୭ା୪:ଝାଡ଼ଖଣ୍ଡର ମାଓବାଦୀ ଅଧ୍ୟୁଷିତ ସିଂହଭୂମ ଜିଲାର ଆଭ୍ୟନ୍ତରୀଣ ଅଞ୍ଚଳ ଦୀର୍ଘ ୨ ଦଶନ୍ଧି ପରେ ପ୍ରଥମ ଥର ପାଇଁ ମତଦାନ ଦେଖିବାକୁ ଯାଉଛି। ସେଠାରେ ମେ’ ୧୩ରେ ନିର୍ବାଚନ ହେବାକୁ ଥିବାବେଳେ ପୋଲିଂ କର୍ମଚାରୀ ଏବଂ ଅନ୍ୟାନ୍ୟ ଉପକରଣ ହେଲିକପ୍ଟରରେ ଯାଇ ସେଠାରେ ଏୟାରଡ୍ରପ୍‌ କରାଯିବ। କେତେକ ବୁଥ୍‌କୁ ଯିବା ପାଇଁ ପୋଲିସ ଅଫିସରଙ୍କୁ ୪ରୁ ୫ କିଲୋମିଟର ଚାଲିବାକୁ ପଡ଼ିବ। ଫଳରେ ଏସିଆର ସବୁଠୁ ଘଞ୍ଚ ଶାଳ ଜଙ୍ଗଲ ସରଣ୍ଡାରେ ରହୁଥିବା ଲୋକମାନେ ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିପାରିବେ। ସେହିସବୁ ଆଭ୍ୟନ୍ତରୀଣ ଅଞ୍ଚଳରେ ୧୧୮ଟି ବୁଥ୍‌ ସ୍ଥାପନ କରାଯିବ। ହେଲିକପ୍ଟର ବ୍ୟତୀତ କେତେକ ପୋଲିଂ ଟିମ୍‌ ଟ୍ରେନ୍‌ରେ ଯିବେ। ସେମାନଙ୍କ ଯାତାୟାତ ପାଇଁ ପୂର୍ବାଭ୍ୟାସ କରାଯିବ। କେତେକ ଟିମ୍‌ ଚାଲି ଚାଲି ଯାଇ କ୍ଲଷ୍ଟର ପଏଣ୍ଟରେ ରହିବେ ଏବଂ ସେଠାରୁ ମତଦାନ ଦିନ ସକାଳ ୫ଟା ୩୦ରେ ବୁଥ୍‌ରେ ପହଞ୍ଚତ୍ବେ। ଜଣେ ହେଲେ ଭୋଟର ଯେପରି ମତଦାନରୁ ବଞ୍ଚତ୍ତ ନ ହୁଅନ୍ତି, ସେଥିପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଉଥିବା ପଶ୍ଚିମ ସିଂହଭୂମ୍‌ର ଡେପୁଟି କମିଶନର ତଥା ଜିଲା ନିର୍ବାଚନ ଅଫିସର କୁଲଦୀପ୍‌ ଚୌଧରୀ କହିଛନ୍ତି। ପଶ୍ଚିମ ସିଂହଭୂମ ସ୍ଥିିତିରେ ଉନ୍ନତି ଘଟିଥିବା ସତ୍ତ୍ୱେ ଏହା ସବାଧିକ ମାଓବାଦୀ ପ୍ରବଣ ଜିଲା ଭାବେ ରହିଆସିଛି। ଗତବର୍ଷ ସେଠାରେ ୪୬ଟି ମାଓବାଦୀ ଆକ୍ରମଣ ଘଟି ୨୨ ଜଣଙ୍କ ଜୀବନ ଯାଇଥିଲା। ସେଠାରେ ସୁରକ୍ଷା ବଳ ୧୫ଟି ନୂଆ କ୍ୟାମ୍ପ୍‌ ପକାଇଥିବାବେଳେ ତଲାସି ଅଭିଯାନକୁ ଜୋର୍‌ଦାର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri