Categories: ଜାତୀୟ

ସିନ୍ଧୁ ସୀମାରେ କୃଷକ-ସାଧାରଣ ଜନତା ମୁହାଁମୁହିଁ

ନୂଆଦିଲ୍ଲୀ,୨୯ ।୧: ରାଜଧାନୀ ଦିଲ୍ଲୀ ସୀମାରେ କୃଷି ଆଇନକୁ ବିରୋଧ କରି ପ୍ରଦର୍ଶନ ଜାରି ରହିଛି । କୃଷକ ନେତା ରାକେଶ ଟିକୈତଙ୍କ କାନ୍ଦ ପରେ ଏହି ଆନ୍ଦୋଳନ ଆହୁରି ତିବ୍ର ରୂପ ନେଇଛି । ଗାଜିପୁର ସୀମାରେ ପଶ୍ଚିମ ଉତ୍ତର ପ୍ରଦେଶ ଓ ହରିୟାଣାରୁ ଆସିଥିବା କୃଷକ ଏକାଠି ହେବା ପରେ ଆନ୍ଦୋଳନ ତିବ୍ର ରୂପ ନେଇଛି । ସେହିପରି ସିନ୍ଧୁ ସୀମାରେ ସ୍ଥାନୀୟ ଜନତା ଓ କୃଷକଙ୍କ ମଧ୍ୟରେ ହିଂସା ପରିସ୍ଥିତି ସୃଷ୍ଟି ହୋଇଛି । ସ୍ଥାନୀୟ ଲୋକେ କୃଷକଙ୍କ ଉପରେ ପଥରମାଡ କରିଥିବା ଜଣାପଡିଛି । ହେଲେ ପୋଲିସ ପରିସ୍ଥିତିକୁ ଆୟତ୍ତ କରି ନେଇଛି । ଏହି ସମୟରେ ପୋଲିସ କେତେଜଣଙ୍କୁ ଗିରଫ ମଧ୍ୟ କରିଛି । ଏହି ଘଟଣାରେ ଅଲିପୁର ଓ ନରେଲା ଏସ୍‌ଏଚ୍‌ଓ ଗୁରୁତର ଆହତ ହୋଇଥିବା ସୂଚନା ମିିଳିଛି । ପ୍ରକାଶଯୋଗ୍ୟ, ସ୍ଥାନୀୟ ଲୋକେ ଏସ୍‌ଏଚ୍‌ଓଙ୍କ ଉପରକୁ ଖଣ୍ଡା ଫୋପାଡିବାରୁ ଏହା ତାଙ୍କ ହାତରେ ବାଜି ସେ ଗୁରୁତର ଆହତ ହୋଇଛନ୍ତି ।

Share