୨୪ ଘଣ୍ଟାରେ ସର୍ବାଧିକ ସଂକ୍ରମିତ

ନୂଆଦିଲ୍ଲୀ,୩୦।୭: ବେଳକୁ ବେଳ ଭୟଙ୍କର ହେବାକୁ ଯାଉଛି କରୋନା ସଂକ୍ରମଣ। ପୂର୍ବ ଆକଳନ ଅନୁଯାୟୀ ଦେଶରେ ଏବେ କରୋନା ମହାମାରୀ ରେକର୍ଡ ପରେ ରେକର୍ଡ କରି ଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୫୨,୧୨୩ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପୁଣିଥରେ ଦେଶବାସୀଙ୍କ ଚିନ୍ତାକୁ ବଢାଇ ଦେଇଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ୨୪ ଘଣ୍ଟାରେ ୭୭୫ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି। ଏହାକୁ ନେଇ ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫,୮୩,୭୯୨ରେ ପହଞ୍ଚିଥିବା ବେଳେ ଏବେ ୫,୨୮,୨୪୨ ଜଣଙ୍କର ଚିକିତ୍ସା ଚାଲିଛି। ଏହାସହ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ସଂକ୍ରମିତ ସୁସ୍ଥ ହୋଇ ସାରିଛନ୍ତି। ଆଉ ଦେଶରେ ଏବେସୁଦ୍ଧା ୩୪,୯୬୮ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି।

Share