ଏଣିକି ଦେଶରେ ଏକକ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର, ୨୩।୩(ବ୍ୟୁରୋ): ଏଣିକି କଲେଜରେ ନାମଲେଖା ପାଇଁ ସାରା ଦେଶରେ ଏକକ ପ୍ରବେଶିକା ପରୀକ୍ଷା ହେବ। ଆଉ ଦ୍ୱାଦଶ ଶ୍ରେଣୀର ମାର୍କ ଭିତ୍ତିରେ ଛାତ୍ରୀଛାତ୍ରଙ୍କୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ନାମ ଲେଖାଇବାକୁ ଅନୁମତି ମିଳିବ ନାହିଁ। ବିଭିନ୍ନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇବାକୁ ଅଣ୍ଡର ଗ୍ରାଜୁଏଟ୍‌ (ୟୁଜି) ୧୦୦% କଟ୍‌ ଅଫ୍‌ ମାର୍କ ଧାର୍ଯ୍ୟ କରୁଥିବାରୁ ୟୁଜିସି ପକ୍ଷରୁ ଏକକ ପ୍ରବେଶିକା ପରୀକ୍ଷା ପାଇଁ ନିଷ୍ପତ୍ତି ନିଆଯାଇଛି। ଏ ନେଇ ୟୁଜିସି ମୁଖ୍ୟ ଏମ୍‌. ଜଗଦେଶ କୁମାର ମଙ୍ଗଳବାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହି କମନ ୟୁନିଭର୍ସିଟି ଏଜୁକେଶନ ଟେଷ୍ଟ (ସିୟୁଇଟି) ଜୁଲାଇ ମାସର ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବ। କାରଣ ସେହି ସମୟରେ ପ୍ରାୟ ସବୁ ବୋର୍ଡର ଦ୍ୱାଦଶ ପରୀକ୍ଷା ଶେଷ ହୋଇଯାଇଥିବ। ଏହି ପ୍ରବେଶିକା ପରୀକ୍ଷା ପାଇଁ ଅନ୍‌ଲାଇନରେ ଆବେଦନ ପ୍ରକ୍ରିୟା ଏପ୍ରିଲ ପ୍ରଥମ ସପ୍ତାହରୁ ଆରମ୍ଭ ହେବ। ଦ୍ୱାଦଶ ଶ୍ରେଣୀ ପାଠ୍ୟକ୍ରମ ଆଧାରରେ ପ୍ରବେଶିକା ପରୀକ୍ଷାରେ ପ୍ରଶ୍ନ ପଡ଼ିବ। ପିଲାଙ୍କୁ କମ୍ପ୍ୟୁଟରଭିତ୍ତିକ ମଲ୍‌ଟିପୁଲ ଚଏସ୍‌ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ। ସେହିପରି ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଇ ୟୁଜିସି ମୁଖ୍ୟ କହିଛନ୍ତି, ପ୍ରବେଶିକା ପରୀକ୍ଷା ପାଇଁ ପିଲାଙ୍କୁ ସ୍ବତନ୍ତ୍ର ଭାବେ କମ୍ପ୍ୟୁଟର ସମ୍ପର୍କରେ ଅଧିକ ଜ୍ଞାନ ହାସଲ କରିବାର କୌଣସି ଆବଶ୍ୟକ ନାହିଁ। ଆଜିର ଯୁଗରେ ପ୍ରାୟ ସମସ୍ତେ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି। ସେମାନେ ପରୀକ୍ଷା କେନ୍ଦ୍ରକୁ ଯିବେ ଓ ମାଉସ୍‌ ଦ୍ୱାରା ମଲ୍‌ଟିପୁଲ ଅପ୍‌ସନ୍‌ ମଧ୍ୟରୁ ଠିକ୍‌ ଉତ୍ତରରେ କେବଳ କ୍ଲିକ୍‌ କରିବେ। ସେ ଆହୁରି କହିଛନ୍ତି, ଦେଶର କିଛି ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟରେ ଅଣ୍ଡର ୟୁଜି ପାଠ୍ୟକ୍ରମ ପାଇଁ ୧୦୦% କଟ୍‌ଅଫ ମାର୍କ ଧାର୍ଯ୍ୟ କରିବା ଆଦୌ ଗ୍ରହଣୀୟ ନୁହେଁ। ତେଣୁ ସବୁ ପିଲାଙ୍କୁ ସୁଯୋଗ ଦେବା ପାଇଁ ଏକକ ପ୍ରବେଶିକା ପରୀକ୍ଷାର ବ୍ୟବସ୍ଥା କରାଯାଉଛି। ପିଲାମାନେ କେବଳ ଦ୍ୱାଦଶ ଶ୍ରେଣୀରେ ଅଧିକ ମାର୍କ ରଖିବାକୁ ଚେଷ୍ଟା କରିବା ଅପେକ୍ଷା ଏଣିକି ଅଧିକ ଜ୍ଞାନ ହାସଲ କରିବାକୁ ପ୍ରୟାସ କରିବେ। ଏହି ଏକକ ପ୍ରବେଶିକା ପରୀକ୍ଷା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ପକ୍ଷରୁ ଆୟୋଜନ କରାଯିବ। ଏକକ ପ୍ରବେଶିକା ପରୀକ୍ଷା ବର୍ତ୍ତମାନ ସମସ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପାଇଁ ବାଧ୍ୟତାମୂଳକ। ଏଥିସହ ୟୁଜିସି ପକ୍ଷରୁ ସମସ୍ତ ରାଜ୍ୟ, ସରକାରୀ ଅନୁମୋଦିତ ସଂସ୍ଥା ଏବଂ ଘରୋଇ ବିଶ୍ୱବିଦ୍ୟାଳୟଗୁଡ଼ିକୁ ମଧ୍ୟ ନାମ ଲେଖାଇବା ପାଇଁ ଏକକ ପ୍ରବେଶିକା ପରୀକ୍ଷା ଆୟୋଜନ କରିବାକୁ କୁହାଯାଇଛି। ଦ୍ୱାଦଶ ଶ୍ରେଣୀ ପାସ୍‌ କରିଥିବା ଯେକୌଣସି ଛାତ୍ରୀଛାତ୍ର ଏକକ ପ୍ରବେଶିକା ଦେଇପାରିବେ। ତେବେ ବିଶ୍ୱବିଦ୍ୟାଳୟଗୁଡ଼ିକ ନାମଲେଖାର ମାନଦଣ୍ଡ ପାଇଁ ଦ୍ୱାଦଶ ଶ୍ରେଣୀର ମାର୍କଶିଟ୍‌କୁ ବିଚାରକୁ ନେଇପାରିବେ। ଏହାର ଅର୍ଥ ଯଦି ବିଶ୍ୱବିଦ୍ୟାଳୟଗୁଡ଼ିକ ଏକକ ପ୍ରବେଶିକା ପରୀକ୍ଷା ନିୟମକୁ ଆପଣାଉଛନ୍ତି, ତା’ହେଲେ ସେମାନେ ମୁକ୍ତ ଭାବେ ଦ୍ୱାଦଶ ଶ୍ରେଣୀ ମାର୍କ ଆଧାରରେ ନାମଲେଖା ପାଇଁ ବେଞ୍ଚ୍‌ମାର୍କ ପ୍ରସ୍ତୁତ କରିପାରିବେ। ପ୍ରବେଶିକା ପରୀକ୍ଷା ଯୋଗୁ ବିଶ୍ୱବିଦ୍ୟାଳୟରେ ଥିବା ସଂରକ୍ଷିତ ସିଟ୍‌ଗୁଡ଼ିକ ଉପରେ ମଧ୍ୟ କୌଣସି ପ୍ରଭାବ ପଡ଼ିବ ନାହିଁ। ପ୍ରବେଶିକା ପରୀକ୍ଷା ଆଧାରରେ ବିଶ୍ୱବିଦ୍ୟାଳୟଗୁଡ଼ିକ ସାଧାରଣ ଓ ସଂରକ୍ଷିତ ବର୍ଗରେ ପିଲାଙ୍କୁ ନାମ ଲେଖାଇବାକୁ ଅନୁମତି ଦେଇପାରିବେ ବୋଲି ଜଗଦେଶ କୁମାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ସୃଷ୍ଟିହେଲା ୨ଟି ଘୂର୍ଣ୍ଣିବଳୟ, ୧୨ଜିଲାରେ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୧।୯: ବଙ୍ଗୋପସାଗର ଓ ତତ୍‌ ସଂଲଗ୍ନ ଅଞ୍ଚଳରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨୩ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି...

ଯାଆଁଳା ଉଉଣୀଙ୍କୁ ଚାପିଦେଲା ଟ୍ରକ, ଆଉ ତା’ପରେ…

ଢେଙ୍କାନାଳ,୨୧।୯: ପୁରୁଣାକଟକ-ସମ୍ବଲପୁର ରାସ୍ତା ଶୁକିଆବାଉତି ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ଦୁଇ ଯାଆଁଳା ଉଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ...

ଭରତପୁର କାଣ୍ଡକୁ ନେଇ ବଡ଼ ଖବର: ମିଳିଗଲା ଜାମିନ୍‌

ଭୁବନେଶ୍ୱର,୨୧॥୯: ମେଜରଙ୍କ ବାନ୍ଧବୀଙ୍କୁ ଚନ୍ଦକା ରାସ୍ତାରେ ମାଡ଼ ଅଭିଯୋଗ ଘଟଣାରେ ଶନିବାର ୭ଜଣ ରୋଡ୍‌ ରୋମିଓଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ବନ୍ଧା ହେବାର ୪ଘଣ୍ଟା ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri