ଅଗଷ୍ଟ ୨୩ରୁ ଏକକ ପିଜି ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର, ୩୦।୭(ବ୍ୟୁରୋ): ଆସନ୍ତା ଅଗଷ୍ଟ ୨୩ରୁ ଆରମ୍ଭ ହେବ ଏକକ ପିଜି ପରୀକ୍ଷା। ଏନେଇ ଗୁରୁବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଉକ୍ତ ବିଜ୍ଞପ୍ତି ଅନୁସାରେ, ନାମଲେଖା ପାଇଁ ଆଶାୟୀ ଛାତ୍ରୀଛାତ୍ରମାନେ ଅଗଷ୍ଟ ୨ରୁ ୧୪ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ ଆବେଦନ କରିବେ। ଅଗଷ୍ଟ ୨୦ରୁ ଆଶାୟୀମାନେ ସେମାନଙ୍କ ଆଡମିଟ୍‌ କାର୍ଡ www.samsodisha.gov.in ଓ୍ବେବସାଇଟ୍‌ରୁ ଡାଉନ୍‌ଲୋଡ୍‌ କରିପାରିବେ। ଅକ୍ଟୋବର ୧୨ରେ ରାଜ୍ୟସ୍ତରୀୟ ମେଧା ତାଲିକା ପ୍ରକାଶ ପାଇବ ଓ ୨୨ରେ ପ୍ରଥମ ପର୍ଯ୍ୟାୟ ସିଟି ଆଲଟ୍‌ମେଣ୍ଟ ହେବ। ଅକ୍ଟୋବର ୨୨ରୁ ୨୮ ମଧ୍ୟରେ ନାମଲେଖା ହେବ। ନଭେମ୍ବର ୪ରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ କଲେଜରେ ପିଜି ପାଠ୍ୟକ୍ରମରେ ନାମ ଲେଖାଇବାକୁ ଚାହୁଁଥିବା ଛାତ୍ରୀଛାତ୍ରମାନେ ପ୍ରବେଶିିକା ପରୀକ୍ଷା ସମ୍ପର୍କିତ ଅଧିକ ତଥ୍ୟ ଉକ୍ତ ଓ୍ବେବସାଇଟ୍‌ରୁ ଜାଣିପାରିବେ ବୋଲି କୁହାଯାଇଛି।

Share