Categories: ଖେଳ

ଓଜୋଦୀପ୍‌, ଜେସିକାଙ୍କୁ ସିଙ୍ଗଲ୍ସ ଟାଇଟଲ

ଭୁବନେଶ୍ୱର,୩୧ା୧୦,(ସ୍ପୋଟର୍‌ସ ବ୍ୟୁରୋ) : କଟକସ୍ଥିତ ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ୧୩ ବର୍ଷରୁ କମ୍‌ ରାଜ୍ୟସ୍ତରୀୟ ସବ୍‌ଜୁନିୟର ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ଉଦ୍‌ଯାପିତ ହୋଇଯାଇଛି। ରାଜ୍ୟ ଆସୋସିଏଶନ ଓ ବ୍ୟାଡ୍‌ମିଣ୍ଟନ ଡେଭେଲପମେଣ୍ଟ କମିଟିର ମିଳିତ ଆନୁକୂଲ୍ୟରେ ଏହି ଟୁର୍ନାମେଣ୍ଟ ଖେଳାଯାଇଛି। ଓଡ଼ିଶାର ବିଭିନ୍ନ ଜିଲାରୁ ପ୍ରାୟ ୧୨୦ରୁ ଅଧିକ ପ୍ରତିଯୋଗୀ ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିଥିଲେ। ଟୁର୍ନାମେଣ୍ଟରେ ବାଳକ ସିଙ୍ଗଲ୍ସରେ ବାଲେଶ୍ୱରର ଓଜୋଦୀପ୍‌ ମାଝୀ ଚାମ୍ପିୟନ, ସମ୍ବଲପୁରର ଅୟଙ୍କ କୁମାର ସାହୁ ରନର୍ସଅପ୍‌ ହୋଇଥିଲେ। ବାଳିକା ସିଙ୍ଗଲ୍ସରେ ଭଦ୍ରକର ଜେସିକା ସାହୁ ଚାମ୍ପିୟନ୍‌ ଓ କଟକର ସ୍ବାତୀ ନାୟକ ରନର୍ସଅପ୍‌ ରହିଥିଲେ।

ବାଳକ ଡବଲ୍ସରେ ଓଜୋଦୀପ୍‌ ଓ ଖୋର୍ଦ୍ଧାର ନାଥାନିଲ ମାରିଓ ରିଡିମ ଚାମ୍ପିୟନ, ସମ୍ବଲପୁରର ଅୟଙ୍କ କୁମାର ସାହୁ ଓ କଟକର ହର୍ଷିତ ବେହେରା ରନର୍ସଅପ୍‌ ରହିଥିଲେ। ବାଳିକା ଡବଲ୍ସରେ କଟକର ସ୍ବାତୀ ନାୟକ ଓ ଭୁବନେଶ୍ୱରର ନିମିଷା ଓଝା ଚାମ୍ପିୟନ ଏବଂ ଭୁବନେଶ୍ୱରର ନିର୍ଭି ଦାଶ ଓ ସିଦ୍ଧୀକ୍ଷା ପିନ୍ନିଟି ରନର୍ସଅପ୍‌ ହୋଇଥିଲେ। ମିକ୍ସଡ ଡବଲ୍ସରେ ଓଜୋଦୀପ ଓ ଅକ୍ଷିତା ମହାନ୍ତିଙ୍କ ଯୋଡ଼ି ଭଦ୍ରକର ବି. ପ୍ରଣୀତ୍‌ ରେଡ୍ଡୀ ଓ ଜେସିକା ସାହୁଙ୍କୁ ପରାସ୍ତ କରି ଚାମ୍ପିୟନ ହୋଇଥିଲେ। ସିଙ୍ଗଲ୍ସ, ଡବଲ୍ସ ଓ ମିକ୍ସଡ୍‌ ଡବଲ୍ସ ବର୍ଗରେ ଟାଇଟଲ ହାସଲ କରିଛନ୍ତି ବାଲେଶ୍ୱରର ଓଜୋଦୀପ୍‌ ମାଝି।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ବ୍ୟାଡ୍‌ମିଣ୍ଟନ ସଂଘ (ଓଏସ୍‌ବିଏ) ସଭାପତି ମିହିର ରାୟ, ଉପସଭାପତି ପ୍ରଦୀପ ପଟ୍ଟନାୟକ, ଗଭର୍ନିଂ ବଡି ସଦସ୍ୟ ପ୍ରୀତପାଲ ସିଂ, ଶୁଭମ ଶର୍ମା, ସମ୍ପାଦକ ନିଲିନ୍‌ କୁମାର, ପରିଚାଳନା ପରିଷଦ ସଦସ୍ୟ ଶୁଭମ୍‌ ଶେଖରଙ୍କ ସହିତ ଓଏସ୍‌ବିଏ ଡେଭେଲପମେଣ୍ଟ କମିଟି ପକ୍ଷରୁ କାର୍ତ୍ତିକ ଦାସ, କମଲ ଦାସ, ଅନନ୍ତ ନାରାୟଣ ପଟ୍ଟନାୟକ ଓ ଚନ୍ଦନ ଦାସ ଯୋଗଦେଇଥିଲେ।

Share