Categories: ଖେଳ

ଓଏଫ୍‌ସି ସହ ସିଙ୍ଗସନଙ୍କ ଚୁକ୍ତି

ଭୁବନେଶ୍ୱର,୨୯ା୮(ସରୋଜ ଜେନା): ଓଡ଼ିଶା ଫୁଟବଲ କ୍ଲବ(ଓଏଫ୍‌ସି) ପକ୍ଷରୁ ଯୁବ ସେଣ୍ଟର ବ୍ୟାକ୍‌ ପାଓଗୋମାଙ୍ଗ ସିଙ୍ଗସନଙ୍କ ସହିତ ୩ ବର୍ଷର ଚୁକ୍ତି ସ୍ବାକ୍ଷର କରାଯାଇଛି। ପୂର୍ବରୁ ସିଙ୍ଗସନ୍‌ ପଞ୍ଜାବ ଏଫ୍‌ସି, ହାଇଦ୍ରାବାଦ ଏଫ୍‌ସି ରିଜର୍ଭେସ, ନେରୋକା ଏଫ୍‌ସି ପରି ଆଇ ଲିଗ୍‌ ଟିମ୍‌ ପକ୍ଷରୁ ଖେଳି ସାରିଛନ୍ତି। ସିଙ୍ଗସନଙ୍କ ଉପସ୍ଥିତିରେ ଓଏଫ୍‌ସିର ଡିଫେନ୍ସ ଲାଇନ ଅଧିକ ମଜଭୁତ ହେବା ନେଇ ଆଶା କରାଯାଉଛି। ଭାରତର ବିଭିନ୍ନ ଲିଗ୍‌ରେ ଖେଳିବାରେ ସିଙ୍ଗସନଙ୍କ ଅନୁଭୂତି ଓଏଫ୍‌ସିକୁ ବେଶ୍‌ ସହାୟତା କରିବ। ନୂତନ ସିଜନ ଆରମ୍ଭ ହେବା ପୂର୍ବରୁ ଓଏଫ୍‌ସି ଏହାର ଡିଫେନ୍ସ ଲାଇନକୁ ମଜଭୁତ କରିବାକୁ ଯୁବ ଖେଳାଳିମାନଙ୍କୁ ସାମିଲ କରିବ ବୋଲି ଓଏଫ୍‌ସି ମ୍ୟାନେଜମେଣ୍ଟ ପକ୍ଷରୁ ପ୍ରକାଶ କରାଯାଇଛି।

Share